ହାଜତ ଭିତରେ ପଡିଲା ହାତଗଣ୍ଠି, ବର ସାଜିଲା ଦୁଷ୍କର୍ମକାରୀ । ଅଭିଯୋଗ ଆଣିଥିବା ଯୁବତୀଙ୍କ ସହ ଜେଲ ଭିତରେ ଯୁବକଙ୍କ ହେଲା ବାହାଘର

କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚା

1,214

କନକ ବ୍ୟୁରୋ: ଅପହରଣ ପରେ ଦୁଷ୍କର୍ମକାରୀ ପାଲଟିଲା ବର । ହାଜତ ଭିତରେ ପଡିଲା ହାତଗଣ୍ଠି । ଏପରି ଏକ ଘଟଣା ଏବେ କରଞ୍ଜିଆ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗ ଆଣିଥିବା ଯୁବତୀଙ୍କ ସହ ଜେଲ ଭିତରେ ଯୁବକଙ୍କ ହେଲା ବାହାଘର । ଦୁଷ୍କର୍ମ ଅଭିଯୋଗ ଆସିବାର ୧୦ ମାସ ପରେ ଏପରି ଏକ ବିବାହ କରଞ୍ଜିଆ ଜେଲ୍ ଭିତରେ ହୋଇଛି । ଯାହାକି ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଗତ ନଭେମ୍ୱର ମାସରେ ଜେଲ ସୁପରିଟେଣ୍ଡେଂଟ୍ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କର ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟ ପରିବାର ମଧ୍ୟରେ ଆଲୋଚନା ଆଗକୁ ବଢିଥିଲା । ମଧ୍ୟସ୍ଥ କାମ କରିଥିଲେ ନିଜେ ଜେଲ୍ ସୁପରିଟେଣ୍ଡେଂଟ ଓ କରଞ୍ଜିଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଶେଷରେ ଅଭିଯୁକ୍ତଙ୍କ ସହିତ ଅଭିଯୋଗକାରିଣୀ ଯୁବତୀଙ୍କ ବିବାହ ସଂପନ୍ନ ହୋଇଛି । କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ ସହିତ ହାଜତରେ ପଡିଛି ହାତଗଣ୍ଠି ।

ତେବେ ଅଭିଯୁକ୍ତ ଜଣକ ହେଲେ କୁମାର ହେମ୍ବ୍ରମ । ତାଙ୍କ ଘର ମୟୁରଭଂଜ ଜିଲ୍ଲା ଝରପୋଖରିଆ ଥାନା ସାରିପଦା ଗାାଁରେ । ତେବେ ଅଭିଯୁକ୍ତର ଓକିଲଙ୍କ କହିବାଅନୁସାରେ, ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କ ଘର ନିକଟରେ ଚାଲୁଥିବା ପ୍ରକଳ୍ପ କାମରେ ଗାଡି ଡ୍ରାଇଭର ଭାବେ ନିୟୋଜିତ ଥିଲେ । ଆଉ ଏହି ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ତେବେ ଏହାରି ଭିତରେ ଉଭୟ ବିବାହ ପାଇଁ ପ୍ରସ୍ତୁତ ଚଳାଇଥିଲେ ବି ଦୁର୍ଭାଗ୍ୟବଶତଃ ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ସବୁକିଛି ଠିକ୍ ଠାକ୍ ହେବା ସହ ବାକି ଜୀବନ ହସଖୁସିରେ କଟାନ୍ତୁ ବୋଲି କହିଛନ୍ତି ଜେଲ୍ ସୁପରିଟେଣ୍ଡେଂଟ ।