ପୁଣି ମଣିପୁରରେ ହିଂସା ପରେ ବଜାର ବନ୍ଦ, ଏଟିଏମ ଖାଲି। ପରିବହନ ସେବା ପୂରା ଠପ୍

188

କନକ ବ୍ୟୁରୋ: ପୁଣି ହିଂସାରେ ଥରି ଉଠିଛି ମଣିପୁର । କିଛି ଦିନର ଶାନ୍ତ ସ୍ଥିତି ପରେ ପୁଣି ହିଂସାକାଣ୍ଡ,ପୋଡାଜଳା, ମାଡପିଟ୍ ଓ ଅଶାନ୍ତ ସ୍ଥିତି ସହ ଜଳୁଛି ଉତ୍ତରପୂର୍ବ ରାଜ୍ୟ । ରବିବାର ମଣିପୁରରେ କାକାଚିଂଗ ଜିଲ୍ଲା ସେରୋ ଗାଁରେ ଉପବଦ୍ରବୀମାନେ ୧୦୦ ଘରେ ନିଆଁ ଲଗାଇଦେବା ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର । ସୂଚନା ଅନୁସାରେ ଉପଦ୍ରବୀମାନେ କେବଳ ନିରୀହ ଲୋକଙ୍କୁ ଆକ୍ରମଣ କରୁନାହାନ୍ତି ବଂର ଭୟଶୂନ୍ୟ ଭାବେ ସିଆରପିଏଫ ଯବାନଙ୍କ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି । ସେପଟେ ନେତା, ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବୀ । ସବୁଠୁ ଚିନ୍ତାର ବିଷୟ ହେଉଛି ରାଜ୍ୟ ଭିତରକୁ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚିପାରୁନି । ଜାତୀୟ ରାଜ୍ୟପଥରେ ଉପଦ୍ରବୀମାନେ ମାଲବୋଝେଇ ଟ୍ରକକୁ ରୋକିବା ଯୋଗୁଁ ବଜାରରେ ସାମଗ୍ରୀର ଅଭାବ ଦେଖାଯିବା ସହ କଳାବଜାରୀ ଆରମ୍ଭ ହୋଇଛି । ସେପଟେ ଟୁଇଟ କରି ଗୃହମନ୍ତ୍ରୀ ଅମିତ ଶାହା ରାସ୍ତା ଅବରୋଧ ହଟାଇବାକୁ ନିବେଦନ କରିଛନ୍ତି ।

ମଣିପୁରରେ ଖାଦ୍ୟଭାବ
-୩୦ଟଙ୍କା ମୂଲ୍ୟର ଚାଉଳ ଏବେ ୭୦ ଟଙ୍କାରେ ବିକ୍ରି ହେଉଛି
-ପେଟ୍ରୋଲ ଲିଟର ପିଛ ୨୦୦ ଟଙ୍କାର ଅଧିକ ରହିଛି
-ପନିପରିବା ଦର ଦ୍ୱିଗୁଣା ହେବା ପରେ ସାଧାରଣ ଲୋକଙ୍କ ଚିନ୍ତା ବଢିଯାଇଛି
-ଜୀବନ ରକ୍ଷାକାରୀ ଔଷଧ ମିଳୁନାହିଁ

ଗୃହମନ୍ତ୍ରାଳୟ କଡ଼ା ନିର୍ଦ୍ଦେଶ ଦେଇଥିଲେ ଓ ଉପଦ୍ରବୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ଭୟରେ କିଛି ଉପଦ୍ରବୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ ମଧ୍ୟ କରିିଥିଲୋ । ସେପଟେ ଉପଦ୍ରବୀଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଏସବୁଭିତରେ ଏବେ ପ୍ରଶ୍ନ ଉଠୁଛି ଏତେ କଡ଼ା ପଦକ୍ଷେପ ପରେ ମଧ୍ୟ ମଣିପୁରର ହିଂସାତ୍ମକ ସ୍ଥିତରେ କଣ ପାଇଁ ସୁଧାର ଆସିପାରୁନି?

ମଣିପୁର ହିଂସାକୁ ଗୋଟିଏ ମାସରୁ ଅଧିକ ସମୟ ହେଲାଣି । ହଜାର ସଂଖ୍ୟକ ଲୋକ ବାସହରା ହେବା ସହ ଅନେକ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି । ୨୭୨ ଶିବିରରେ ୩୦ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି:
-ଗୃହମନ୍ତ୍ରାଳୟର ହସ୍ତକ୍ଷେପ ପରେ କାହିଁକି ରାଜ୍ୟର ହିଂସାକୁ ଆୟତ କରାଯାଇପାରୁନି?
-ଗୃହମନ୍ତ୍ରୀ ଅମିତ ଶାହା ୪ଦିନ ଡେରା ପକାଇ ସ୍ଥିତି ଅନୁଧ୍ୟାନ,ବୈଠକ, ରଣନୀତି ପ୍ରସ୍ତୁତ କଲେ ତଥାପି ସ୍ଥିତିକୁ ସମ୍ଭାଳିବାରେ ବିଫଳ କଣ ପାଇଁ ହେଉଛନ୍ତି?
-ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗାମୀ ଆଭିମୁଖ୍ୟ କଣ ରହିବ?