କନକ ବ୍ୟୁରୋ : ସମ୍ବାଦ ଡିଜିଟାଲ ଓ ରେଡିଓ ଚକୋଲେଟ ତରଫରୁ ଆୟୋଜିତ ହେଉଥିବା ସର୍ବବୃହତ୍ତ କର୍ପୋରେଟ ବ୍ୟାଡମିଣ୍ଟନ ଚମ୍ପିୟନସିପ 'ଲେଟ୍ସ ସଟ୍ଟଲ' ମଞ୍ଚରେ ପିଆଇଆଇ ଇଲେକ୍ଟ୍ରୋଲାଇଟ ଓ ଆର୍ ଏସ୍ ନିମ୍ବୁ ପାଣିର ବଜାର ପ୍ରବେଶ ହୋଇଛି।

Advertisment

ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପିଆଇଆଇ ନିର୍ଦ୍ଦେଶକ ଆଶିଷ କାଏଲ ଓ ଆର୍ ଏସ୍ ନିମ୍ବୁ ପାଣିର ବଜାର ପ୍ରବେଶ କରାଇଥିବା ବେଳେ ସମ୍ବାଦ ଗ୍ରୁପ ଏକଜିକ୍ୟୁଟିଭ ଡାଇରେକ୍ଟର ତନୟା ପଟ୍ଟନାୟକ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

publive-image

ଏହି ଅବସରରେ ଶ୍ରୀ କାଏଲ କହିଥିଲେ, ଅରେଞ୍ଜ ଓ ଆପେଲ ସ୍ୱାଦର ପିଆଇଆଇ ଇଲେକ୍ଟ୍ରୋଲାଇଟ ଓ ଆର୍ ଏସ୍ ବଜାରରେ ଉପଲବ୍ଧ ହେଉଥିବା ବେଳେ ନିମ୍ବୁ ପାଣିର ସ୍ୱାଦ କମ୍ପାନୀ ଗ୍ରାହକମାନଙ୍କୁ ଭେଟିଦେବା ପାଇଁ ଚାହୁଁଛି। ଆପଣ ଯେବେବି ଅସୁସ୍ଥ ବା ଥକା ଅନୁଭବ କରୁଛନ୍ତି କିମ୍ବା ଶରୀରରେ ଜଳୀୟ ଅଂଶ କମ୍ ଥିବା ଅନୁଭବ କରୁଛନ୍ତି ତେବେ ନିଶ୍ଚିତ ଇଲେକ୍ଟ୍ରୋଲାଇଟ ଓ ଆର୍ ଏସ୍ ନିମ୍ବୁ ପାଣି ପିଅନ୍ତୁ ବୋଲି ଶ୍ରୀ କାଏଲ ପରାମର୍ଶ ଦେଇଛନ୍ତି।