ନବରଙ୍ଗପୁରରେ ଆକ୍ଟିଭା ‘ଏଚ୍ ସ୍ମାର୍ଟ’ ସ୍କୁଟିର ବଜାର ପ୍ରବେଶ

Advertisment
ନବରଙ୍ଗପୁରରେ ଆକ୍ଟିଭା ‘ଏଚ୍ ସ୍ମାର୍ଟ’ ସ୍କୁଟିର ବଜାର ପ୍ରବେଶ

କନକ ବ୍ୟୁରୋ: ହୋଣ୍ଡା ମଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଟେକ୍ନୋଲୋଜି ସମ୍ପନ୍ନ ଆକ୍ଟିଭା ‘ସ୍ମାର୍ଟ-କି’ ଏବଂ ‘ଏଚ୍ ସ୍ମାର୍ଟ’ ସ୍କୁଟି ବଜାର ପ୍ରବେଶ କରିଛି। ନବରଙ୍ଗପୁର ଜିଲ୍ଲାର ଏକମାତ୍ର ମୁଖ୍ୟ ଅଧିକୃତ ବିତରକ ଏମଟିପିଏଲ୍ ରୋଡରେ ଥିବା ଭିରାଇଡର ହୋଣ୍ଡା ପକ୍ଷରୁ ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସୋରୁମ୍ ପରିସରରେ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିତରକଙ୍କ ବାପା ଦିଲ୍ଲୀପ ଜୈନ ଓ ମା’ମମତା ଜୈନ ଯୋଗ ଦେଇ ଏହି ସ୍କୁଟିକୁ ବଜାର ପ୍ରବେଶ କରାଇଥିଲେ।

ଭିରାଇଡର ହୋଣ୍ଡାର ମାଲିକ ବିକାଶ ଜୈନ, ରୁଚି ଜୈନଙ୍କ ଉପସ୍ଥିତିରେ ଏହି ସ୍କୁଟିକୁ ଲୋକାର୍ପିତ କରାଯାଇଥିଲା। ଏଥିରେ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଅଧିକାରୀ,ଆକ୍ଟିଭା ଗ୍ରାହକ, ଭିରାଇଡର ହୋଣ୍ଡାର କର୍ମଚାରୀ, ବୈଷୟିକ କର୍ମଚାରୀ, ସହରର ବିଭିନ୍ନ ଗ୍ୟାରେଜର ମେକାନିକଙ୍କ ସହ ଗଣମାଧ୍ୟମର ପ୍ରତିନିଧି ଆଦି ଭାଗ ନେଇଥିଲେ। ସୋରୁମ୍ ପକ୍ଷରୁ ଏହି ଅବସରରେ ମିଷ୍ଟାନ୍ନ ବିତରଣ କରାଯାଇଥିଲା।

ପ୍ରଥମ ଥର ପାଇଁ ହୋଣ୍ଡା ପକ୍ଷରୁ ଲୋକପ୍ରିୟତା ହାସଲ କରିଥିବା ଆକ୍ଟିଭାକୁ ଚାବିବିହୀନ ଭାବେ ପ୍ରସ୍ତୁତି କରିଛି। ଯେଉଁଥିରେ କି ସ୍ମାର୍ଟ କି ସୁବିଧା ଉପଲବ୍ଧ ରହିଛି । କାର ଭଳି ସ୍ମାର୍ଟ କି ସ୍କୁଟର ପାଖକୁ ଆସିବା ମାତ୍ରେ ଏହା ସ୍ବୟଂ ଅନଲକ ହୋଇଯିବ। ସୁଇଚ୍ ଚିପିବା ମାତ୍ରେ ଏହି ଗାଡି ଚାଳିବ ଓ ସେହି ଗୋଟିଏ ସୁଇଚ୍ ଦ୍ବାରା ଗାଡ଼ି ବନ୍ଦ ହୋଇଯିବ। ରିମୋଟ୍ କଣ୍ଟ୍ରୋଲରେ ଅଟୋଲକ୍ ସହ ଚୋରି ନ ହେବା ଭଳି ଅତ୍ୟାଧୁନିକ ବୈଷୟିକ ନ କୌଶଳ ଥିବା ସ୍ମାର୍ଟ କି ଏଥିରେ ଦିଆଯାଇଛି। ଏହି ସ୍କୁଟି ଡିସେଣ୍ଟ ବ୍ଲୁ ମେଟାଲିକ୍, ପିୟରଲ୍ ସାଇରେନ୍ ବ୍ଲୁ, ବ୍ଲାକ, ପିୟରଲ୍ ପ୍ରିସିୟସ୍ ୱାଇଟ୍, ରିବେଲ୍ ରେଡ୍ ମେଟାଲିକ୍ , ମେଟ୍ ଅକ୍ସିସ୍ ଗ୍ରେ ମେଟାଲିକ୍ ଆଦି ୬ଟି ରଙ୍ଗରେ ଗାଡ଼ି ଭିରାଇଡର ହୋଣ୍ଡା ସୋ ରୁମରେ ଉପଲବ୍ଧ ଏବଂ ଏହାର ୮୦ହଜାର ୩୫୯ଟଙ୍କାରେ ଏକ୍ସ ସୋ ରୁମ ପ୍ରାଇସ୍ ବୋଲି ଭିରାଇଡର ହୋଣ୍ଡାର ମାଲିକ ବିକାଶ ଜୈନ ସୂଚନା ଦେଇଛନ୍ତି। ବୁକିଂ କରିଥିବା ଲୋକଙ୍କୁ ଏଣିକି ଏଚ୍ ସ୍ମାର୍ଟ ଟେକ୍ନୋଲୋଜି ତଥା ଚାବି ବିହୀନ ସ୍କୁଟି ବିକ୍ରି କରାଯିବ ବୋଲି କହିଛନ୍ତି ଭିରାଇଡର ହୋଣ୍ଡାର ମାଲିକ ବିକାଶ ଜୈନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe