ପ୍ରକୃତି ଦେଉଛି ରୋଜଗାର । ମୌସୁମୀ ବର୍ଷା ପରେ ମାଲକାନାଗିରି ବଜାରରେ ଶ୍ରାବଣ ଛତୁ, କିଲୋପ୍ରତି ୬ଶହ ଟଙ୍କାରେ କିଣୁଛନ୍ତି ଗ୍ରାହକ

Advertisment
ପ୍ରକୃତି ଦେଉଛି ରୋଜଗାର । ମୌସୁମୀ ବର୍ଷା ପରେ ମାଲକାନାଗିରି ବଜାରରେ ଶ୍ରାବଣ ଛତୁ, କିଲୋପ୍ରତି ୬ଶହ ଟଙ୍କାରେ କିଣୁଛନ୍ତି ଗ୍ରାହକ

କନକ ବ୍ୟୁରୋ : ଛତୁ ଖାଇବାକୁ କିଏ ବା ଭଲ ନା ପାଏ । ତେବେ ଶ୍ରାବଣ ଛତୁର ଚାହିଦା ଟିକେ ନିଆରା । ଚଳିତ ବର୍ଷ ବିଳମ୍ବିତ ମୌସୁମି ଯୋଗୁ ବଜାରକୁ ବିଳମ୍ବରେ ଆସିଛି ସୁଆଦିଆ ଶ୍ରାବଣ ଛତୁ । ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି ଛତୁ ବଜାରରେ । କାରଣ ପ୍ରଥମ ଦିନରେ ୮୦୦ ଟଙ୍କାରେ ବିକ୍ରି ହେଉଥିବା ଛତୁ ଦୁତୀୟ ଦିନରେ ୬୦୦ ଟଙ୍କାରେ ବିକ୍ରି ହେଉଛି। ବିଶେଷକରି ବର୍ଷ ତମାମ ବଜାରରେ ପାଳ ଛତୁ କିମ୍ବା ବଟନ ଛତୁ ଉପଲବ୍ଧ ହେଉଥିବା ବେଳେ ଏହି ଶ୍ରାବଣ କଡ ଛତୁର କିନ୍ତୁ ସ୍ବାଦ ନିଆରା । ତେଣୁ ଦରଦାମ ନଦେଖି ବଜାରକୁ ଆସିବା ମାତ୍ରେ ଏହି ଜଙ୍ଗଲଜାତ ଦ୍ରବ୍ୟକୁ କଣି ନିଅନ୍ତି ଗ୍ରାହକ । ପଡୋଶି କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଏହି ଶ୍ରାବଣ ଛତୁ ଏକ ହଜାର ରୁ ୧୫୦୦ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହେଉଥିବା ବେଳେ ମାଲକାନଗିରିରେ କିନ୍ତୁ ୬୦୦ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହୋଉଛି । ଆଉ ଏଥିପାଇଁ ବଜାରରେ ଜମୁଛି ଗ୍ରାହକଙ୍କ ଭିଡ଼ ।

ଶ୍ରାବଣ ଛତୁ ହୋଉଛି ଏକ ରୁତୁକାଳିନ ଖାଦ୍ୟ । ବିଶେଷ କରି ବର୍ଷା ଦିନେ ଏହା ଘଂଚ ଜଙ୍ଗଲ କିମ୍ବା ଉଇ ହୁଙ୍କାରେ ଆପେ ଆପେ ବଢି ଉଠେ । ତେଣୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ଜଂଗଲଜାତ ଦ୍ରବ୍ୟକୁ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି । ଅନେକ ବ୍ୟବସାୟୀ ମାନେ ଆଦିବାସୀ ଗାଁ ମାନଙ୍କରୁ ଏହି ଶ୍ରାବଣ ଛତୁ କିଣି ଆଣି ଦୁଇ ପଇସା ରୋଜଗାର କରନ୍ତି । ଗାଁ ଗଣ୍ଡାରେ ଏହି ଛତୁ ୪୦୦ ରୁ ୫୦୦ ଦରରେ ବିକ୍ରି ହୋଉ ଥିବା ବେଳେ ବ୍ୟବସାୟୀ ମାନେ ବଜାର କୁ ଆଣି ଏହି ଛତୁ ବିକି ଦୁଇ ପଇସା ରୋଜଗାର କରନ୍ତି ।

ପାଳ ଛତୁ କିମ୍ବା ବଟନ ଛତୁ ବର୍ଷ ତମାମ ଚାଷ ହୋଇ ଥାଏ । ତେବେ ଏହି ଶ୍ରାବଣ ଛତୁ କିନ୍ତୁ କେବଳ ବର୍ଷା ଦିନେ ହିଁ ଉପଲବ୍ଧ ହୁଏ । ତେଣୁ ଶ୍ରାବଣ ମାସରେ ଶାକାହାରୀଙ୍କ ପ୍ରଥମ ପସନ୍ଦ ପାଲଟି ଥାଏ ଏହି ଦେଶୀ ଛତୁ । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଏହା ବହୁଳ ଭାବେ ଉପଲବ୍ଧ ହେଉଥିବାରୁ ଦୁର ଦୁରାନ୍ତରେ ଥିବା ନିଜ ସମ୍ପର୍କୀୟ ମାନଙ୍କୁ ପଠାଇବା ଲାଗି ଗ୍ରହକଙ୍କ ଭିଡ ଜମେ ମାଲକାନଗିରି ବଜାରରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe