ଜୀବନ ଆଗ, ରଜ ପଛ: ଗଂଜାମରେ ରଜ ଦୋଳି, ମେଳା, ମହୋତ୍ସବରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଜୁନ୍ ୧୬ ଯାଏଁ ସକାଳ ୭ରୁ ସଂଧ୍ୟା ୭ଯାଏଁ କେବଳ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁଗା ଦୋକାନ, ଖୋର୍ଦ୍ଧାରେ ଏକାଠି ରଜ ପାଳନ ମନା ।

ଜୀବନ ଆଗ, ରଜ ପଛ: ଗଂଜାମରେ ରଜ ଦୋଳି, ମେଳା, ମହୋତ୍ସବରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଜୁନ୍ ୧୬ ଯାଏଁ ସକାଳ ୭ରୁ ସଂଧ୍ୟା ୭ଯାଏଁ କେବଳ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁଗା ଦୋକାନ, ଖୋର୍ଦ୍ଧାରେ ଏକାଠି ରଜ ପାଳନ ମନା ।

କନକ ବ୍ୟୁରୋ: କରୋନା ପାଇଁ ରଜ ଉପରେ କଟକଣା । କରୋନା ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ପ୍ରଶାସନ । କେନ୍ଦୁଝର ପରେ ଆଜି ଗଞ୍ଜାମ ଓ ଖୋର୍ଦ୍ଧାରେ କଟକଣା ଲଗାଯାଇଛି । ଗଞ୍ଜାମରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି କଟକଣା ଲଗାଯାଇଛି । ଏହି ସମୟରେ ଦୋଳି ଖେଳ, ମେଳା, ମହୋତ୍ସବ ଓ ଭୋଜିଭାତ କରାଯାଇ ପାରିବନାହିଁ ।

ତେବେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହ ଲୁଗା ଦୋକାନ ଓ ଷ୍ଟେସନାରୀ ଦୋକାନ ଗୁଡିକ ସକାଳ ୭ରୁ ସଂଧ୍ୟା ୭ପର୍ଯ୍ୟନ୍ତ ଖୋଲା ରହିବ, ଏବଂ ଅନ୍ୟ ସମସ୍ତ ଦୋକାନ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଖୋର୍ଦ୍ଧାରେ ଖୋର୍ଦ୍ଧାରେ ରଜ ପାଳନ ଉପରେ କଟକଣା ଜାରି କରାଯାଇଛି । ବାହାରେ ଭିଡ ଜମାଇବା ଉପରେ କଟକଣା ଲଗାଇଛି ପ୍ରଶାସନ । ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ଏକାଠି ରଜ ପାଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

ଗୋଟିଏ ପଟେ କରୋନା ମହାମାରୀର ଡର ରହିଛି, କାରଣ ଭିଡରେ ଯଦି କେହି ଆକ୍ରାନ୍ତ ବ୍ୟକ୍ତି ଥାଆନ୍ତି, ତେବେ ସଂକ୍ରମଣ ବ୍ୟାପିଯିବାର ଆଶଙ୍କା ବି ରହିଛି । କିନ୍ତୁ ଆଉ ଗୋଟେ ପଟେ ଏହି ବ୍ୟବସାୟୀଙ୍କ ଜୀବିକା ବି ବାଜିରେ ଲାଗିଛି । ଯେଉଁ ଅଧିକାରୀମାନେ ସ୍କାର୍ଡରେ ବୁଲିବୁଲି ଦୋକାନ ବନ୍ଦ କରୁଛନ୍ତି, କିମ୍ବା ଯେଉଁମାନେ ବନ୍ଦ କରିବା ପାଇଁ ନିଷ୍ପତି ନେଉଛନ୍ତି ସେମାନଙ୍କ ପାଇଁ ଏହା ଏକ ନିଷ୍ପତି ମାତ୍ର, ତାଙ୍କର ଜୀବନଜୀବିକା ବାଧାପ୍ରାପ୍ତ ହୁଏନାହିଁ, କିନ୍ତୁ ଯାହାର ଦୋକାନ ବନ୍ଦ ହେଉଛି ସେମାନଙ୍କ ପେଟ ପାଟଣା ଉପରେ ତାଲା ଲାଗୁଛି । କିନ୍ତୁ, ଆଉ କିଛି ବ୍ୟବସାୟୀଙ୍କ ମତ ବର୍ତମାନ ଆଉ କିଛି ବାଟ ବି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe