ସିଇଓଙ୍କ ସୁରକ୍ଷା ଖର୍ଚ୍ଚ କେତେ? ଜାଣିଲେ ଚମିକି ପଡିବେ ।

390

କନକ ବ୍ୟୁରୋ: ଆଜିକାଲି ଫେସବୁକ୍ ସୋସିଆଲ ମିଡିଆରେ ସବୁଠୁ ଲୋକପ୍ରିୟ । ତେଣୁ ଫେସବୁକର ଆୟ ମଧ୍ୟ ସେଭଳି ଅକଳନୀୟ । ହେଲେ ଏହାର ସିଇଓ ଥିବା ମାର୍କ ଜୁକରବର୍ଗଙ୍କ ସୁରକ୍ଷାରେ କେତେ ଖର୍ଚ୍ଚ ହେଉଛି ଜାଣନ୍ତି? ଜାଣିଲେ ଆଖି ତରାଟି ପକାଇବେ । ଏକ ରିପୋର୍ଟ ମୁତାବକ, ୨୦୨୦ରେ ଜୁକରବର୍ଗଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧୩.୪ ମିଲିଅନ୍ ଡଲାର, ଯାହାର ଭାରତୀୟ ମୂଲ୍ୟ ୯୮ କୋଟିରୁ ଉର୍ଦ୍ଧ୍ୱ ।

ଏହି ତଥ୍ୟ କମ୍ପାନୀର ଆନୁଆଲ ଏକଜିକ୍ୟୁଟିଭ କମ୍ପେନସେସନ ରିପୋର୍ଟରୁ ଜଣାପଡିଛି । ଜୁକରବର୍ଗଙ୍କ ପରିବାରର ସୁରକ୍ଷା ପାଇଁ ମୋଟ ୧୭୩ କୋଟି ୨୮ ଲକ୍ଷ ୫୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ସେହିପରି ଫେସବୁକ୍ ଚିଫ୍ ଅପରେଟିଙ୍ଗ ଅଫିସର ସେରିଲ ସ୍ୟାଣ୍ଡବର୍ଗଙ୍କ ସୁରକ୍ଷା ପାଇଁ ୫୭ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାପରେ ଆସୁଛି ଗୁଗୁଲ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କ ପାଳି । ୨୦୨୦ରେ ସୁନ୍ଦର ପିଚାଇଙ୍କ ସୁରକ୍ଷା ବାବଦକୁ ଖର୍ଚ୍ଚ ହୋଇଛି । ୪୦ କୋଟି ୭୨ ଲକ୍ଷ ଟଙ୍କା । ପ୍ରୋଟୋକଲର ରିପୋର୍ଟ ଅନୁସାରେ , ଆମାଜନର ପୂର୍ବ ସିଇଓ ଜେଫ୍ ବେଜୋସଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧.୬ ମିଲିଅନ୍ ଡଲାର ମାନେ ୧୨ କୋଟି ୬ଲକ୍ଷ ଟଙ୍କା ।

ସେହିପରି ୨୦୧୯ରେ ଫେସବୁକ୍ ପ୍ରତିଷ୍ଠାତାଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧୫୩ କୋଟି ୮୪ ଲକ୍ଷ ୯୦ ହଜାର ଟଙ୍କା ।