କନକ ବ୍ୟୁରୋ : ପତ୍ନୀଙ୍କ ସହ ବଳପୂର୍ବକ ଶାରିରୀକ ସଂପର୍କକୁ, ସବୁବେଳେ ଦୁଷ୍କର୍ମ ଭଳି ଅପରାଧ ଆଖ୍ୟା ଦିଆ ଯାଇପାରିବ ନାହିଁ । ଏଭଳି ମାମଲାରେ ପଶ୍ଚିମ ଦେଶଗୁଡିକୁ ଆନ୍ଧାନୁକରଣ କରିବା ଅନୁଚିତ୍ । ଦିଲ୍ଲୀ ହାଇକୋର୍ଟରେ ଏଭଳି ଯୁକ୍ତି ରଖିଛନ୍ତି କେନ୍ଦ୍ର ସରକାର । କାରଣ ଭାରତରେ କେତେକ ସ୍ଥଳେ ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ କରାଯାଉଛି । ସେହିପରି ପତ୍ନୀଙ୍କ ସମ୍ମତି ଥିଲା ନା ନାହିଁ ତାକୁ ପ୍ରମାଣ କରିବା ମଧ୍ୟ ମୁସ୍କିଲ ।

Advertisment

ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର, ପତ୍ନୀ ସହ ଦୁଷ୍କର୍ମ ନେଇ ଆବେଦନକୁ ବିରୋଧ କରିଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଏପରି ମାମଲାର ତର୍ଜମା କରିବା ପାଇଁ କୌଣସି ସଠିକ୍ ବ୍ୟବସ୍ଥା ନାହିଁ । ପତ୍ନୀ କେବେ ଶାରିରୀକ ସଂପର୍କ ରଖିବା ପାଇଁ ଅସହମତି ପ୍ରକାଶ କରଥିଲେ ତାକୁ କିଭଳି ଜାଣିହେବ? କାରଣ ଏଠାରେ ଅନେକ ସମସ୍ୟା ରହିଛି । ଅଶିକ୍ଷା, ଅର୍ଥନୈତିକ ସ୍ୱାଧୀନତାର ଅଭାବ, ବର୍ଷବର୍ଷ ଧରି ସାମାଜିକ ବ୍ୟବସ୍ଥାକୁ ନେଇ ମହିଳାଙ୍କ ମାନସିକତା ଓ ଦାରିଦ୍ର୍ୟ ଭଳି ଅନେକ ସମସ୍ୟା ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଆସୁଛି । ତେଣୁ କେନ୍ଦ୍ର ସରକାର କହିଛନ୍ତି ଏହି ମାମଲାରେ ଅତି ସାବଧାନତାର ସହ ନିଷ୍ପତି ନେବାର ଆବଶ୍ୟକତା ରହିଛି ।