ପୁରୀରେ ହେବ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । ଗୋଟିଏ ମାସ ଧରି ଚାଲିବ ଫେଷ୍ଟିଭାଲ, ପର୍ଯ୍ୟଟକଙ୍କ ପାଇଁ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା ।

488

କନକ ବ୍ୟୁରୋ : ପୁରୀରେ ହେବ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । ପୁରୀ – କୋଣାର୍କ ମେରାଇନ ଡ୍ରାଇଭରେ ଆସନ୍ତା ଡିସେମ୍ବର ୧୪ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଭଳି ଏକ ଫେଷ୍ଟିଭାଲର ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସମସ୍ତ ବିଭାଗକୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏକ ମାସ ଧରି ହେବାକୁ ଥିବା ଏହି ଫେଷ୍ଟିଭାଲରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫୁଡ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡା, ଜଳ କ୍ରୀଡା ଭଳି ଆନ୍ତର୍ଜାତୀକ ମାନର ବ୍ୟବସ୍ଥା କରାଯିବ । ଖାସକରି ପର୍ଯ୍ୟଟକଙ୍କ ରହିବା ପାଇଁ ୫୦ କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ କଟେଜ ନିର୍ମାଣ କରାଯିବା ସହ ଜଳ , ବିଦ୍ୟୁତ ଓ ପାର୍କିଂର ବ୍ୟବସ୍ଥା ମଧ୍ୟ କରିବାକୁ ନିଷ୍ପତି ନିଆଯାଇଛି ।