ନେତା ବନିବେ ଡିଜି ସଂଜୀବ ମାରିକ

20

ନେତା ବନିବେ ମାରିକ୍ । ଝାଡଖଂଡ ମୁକ୍ତି ମୋର୍ଚାରେ ଯୋଗ ଦେଇଛନ୍ତି ଓଡିଶାର ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ । ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନ୍ଙ୍କ ଉପସ୍ଥିତିରେ  ଦଳରେ ଯୋଗ ଦେଇଥିବା ନେଇ  କନକ ନୁ୍ୟଜକୁ ଫୋନରେ ସୂଚନା ଦେଇଛନ୍ତି ମାରିକ ।  ପୂର୍ବରୁ ସେ ଓଡିଶାର ପୋଲିସ ଡିଜି ଭାବେ କାର୍ଯ୍ୟ କରିଛନ୍ତି । ଆଗକୁ ସେ ଝାଡଖଂଡର ଗୋଡାରୁ ଉପ ନିର୍ବାଚନ ଲଢିବା ନେଇ ଚର୍ଚା ହେଉଛି । ୨୦୧୫, ଡିସେମ୍ବର ୩୧ରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି । ୧୯୮୧ ବ୍ୟାଚର ଏହି ଆଇପିଏସ୍ଙ୍କୁ ନେଇ କିନ୍ତୁ ନିକଟରେ ବିବାଦ ମଧ୍ୟ ଉପୁଜିଥିଲା । କଟକ ଡନ୍ ବ୍ରଦର୍ସଙ୍କ ସହ ମାରିକଙ୍କ ଲିଙ୍କ ଥିବା ନେଇ ଅଭିଯୋଗ କରିଥିଲେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ ।