ରାଜ୍ୟରେ ସାମୁଦ୍ରିକ ଥାନା ସକ୍ରିୟରେ ଅର୍ଥ ସାଜିଛି ବାଧକ । କେନ୍ଦ୍ର ସହାୟତା ଦାବି

31

କନକ ବ୍ୟୁରୋ: ରାଜ୍ୟରେ ସାମୁଦ୍ରିକ ଥାନା ଗୁଡିକ ସକ୍ରିୟ କରିବାରେ ଅର୍ଥ ସାଜୁଛି ବାଧକ । କେନ୍ଦ୍ର ସହାୟତା ପାଇଁ କେନ୍ଦ୍ରୀୟ କ୍ୟାବିନେଟ୍ ସଚିବଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସହଭାଗିତାରେ ସହାୟତା ଦେବା ଉଚିତ୍ । ଯାହା ଦ୍ୱାରା ସାମୁଦ୍ରିକ ଥାନା ଭଲ ଭାବେ କାମ କରି ପାରିବେ ବୋଲି କହିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ।

ବର୍ତ୍ତମାନ ରାଜ୍ୟ ସରକାର ନିଜ ଖର୍ଚ୍ଚରୁ କିଛି ସାମ୍ରୁଦ୍ରିକ ଥାନା ପରିଚାଳନା କରୁଛନ୍ତି । ବୋଟ୍, ପାଟ୍ରୋଲିଂ, କର୍ମଚାରୀ ଓ ପ୍ରଶିକ୍ଷଣର ଯେଉଁ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବହାନ କରୁଛନ୍ତି, ସେ ଗୁଡିକର ଖର୍ଚ୍ଚ ଅଧିକ ପଡୁଥିବା କହିଛନ୍ତି ଗୃହ ସଚିବ । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଦାବି ଉପସ୍ଥାପନ କରାଯାଇଥିଲା ।