କନକ ବ୍ୟୁରୋ : ରାଷ୍ଟ୍ରପତି ପ୍ରାର୍ଥୀ ପରେ ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା । ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବିରୋଧୀ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ, ଏନସିପି, ବାମଦଳ, ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୁହାଯାଇଛି କି ଏନଡିଏର ଜଗଦୀପ ଧନଖେଡଙ୍କ ବିରୋଧରେ ମାର୍ଗାରେଟ ଆଲଭାଙ୍କ ପ୍ରାର୍ଥୀ କରାଯାଇଛି ।