କନକ ବ୍ୟୁରୋ : ଦୀର୍ଘ ୧୨୧ ବର୍ଷ ପରେ ଗତ ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ଥିଲା । ମାର୍ଚ୍ଚରେ ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଗୋଟିଏ ମାସରେ ସର୍ବାଧିକ, ସର୍ବନିମ୍ନ ଓ ସ୍ୱାଭାବିକ ତାପମାତ୍ରା କ୍ଷେତ୍ରରେ ୨୦୨୧ ମାର୍ଚ୍ଚ ଉତ୍ତପ୍ତ ମାସ ହୋଇଛି । ମାର୍ଚ୍ଚରେ ସର୍ବାଧିକ ହାରାହାରି ତାପମାତ୍ରା ୩୨ ଦଶମିକ ୬୫ ଡିଗ୍ରୀ ସେଲସିୟସ ରହିଥିଲା ବେଳେ ସର୍ବନିମ୍ନ ୧୯ ଦଶମିକ୯୫ ଓ ସ୍ୱାଭାବିକ ୨୬ ଦଶମିକ ୩୦ ଡିଗ୍ରୀ ସେଲସିୟସ ରହିଥିଲା ।
କିନ୍ତୁ ଏହି ସମୟରେ ଦେଶରେ ସର୍ବାଧିକ ହାରାହାରି ତାପମାତ୍ରା ୩୧ ଦଶମିକ ୨୪, ସର୍ବନିମ୍ନ ୧୮ ଦଶମିକ ୮୭ ଓ ସ୍ୱାଭାବିକ ତାପମାତ୍ରା ୨୫ ଦଶମିକ ୬ ଡିଗ୍ରୀ ସେଲସିୟସ ରହିବା କଥା । ୧୯୮୧ରୁ ୨୦୧୦ ମଧ୍ୟରେ ଜଳବାୟୁ ବିଜ୍ଞାନକୁ ଆଧାର କରି ଏହା କୁହଯାଇଛି । ଚଳିତବର୍ଷ ମାର୍ଚ୍ଚରେ ହାରାହାରି ତାପମାତ୍ରା ଥିଲା ୩୨ ଦଶମିକ ୬୫ ଡିଗ୍ରୀ ସେଲସିୟସ । ଯାହାକି ଗତ ୧୧ବର୍ଷରେ ସର୍ବାଧିକ ଏବଂ ୧୨୧ ବର୍ଷରେ ତୃତୀୟ ସର୍ବାଧିକ । ୨୦୧୦ ପ୍ରଥମ ଓ ୨୦୧୪ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ଥିଲା । ୨୦୧୦ରେ ୩୩ ଦଶମିକ ୦୨ ଓ ୨୦୧୪ରେ ୩୨ ଦଶମିକ ୮୨ ଡିଗ୍ରୀ ସେଲସିୟସ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/thermometer-sun-high-degres-hot-summer-day-high-summer-temperatures-1010691618-2a5ca45876424dffbef441d73ae896b8.jpg)