କନକ ବ୍ୟୁରୋ : ୧୦ ଦଫା ଦାବି ନେଇ ମାଲକାନଗିରିରେ ସିପିଆଇଏମ କର୍ମୀଙ୍କ ଗର୍ଜନ । ସ୍ୱାଭିମାନ ଅଞ୍ଚଳରୁ ମାଲକାନଗିରି ଯାଏ ୧୭୦ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ହଜାର ହଜାର କର୍ମୀ ।
ଆଦିବାସୀଙ୍କୁ ଜମି ପ୍ରଦାନ, ପେଶା ଆଇନ କାର୍ଯ୍ୟକ୍ଷମ, ମନରେଗାରେ ୨ଶହ ଦିନ ସାଂଗକୁ ୬ଶହ ଟଙ୍କା ଦୈନିକ ମଜୁରୀ ଓ ୩ ହଜାର ଟଙ୍କା ଭତା ପ୍ରଦାନ ଆଦି ଦାବି କରିିଛନ୍ତି କର୍ମୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେବା ସହ ବିକ୍ଷୋଭ କରିବାକୁ ଆରମ୍ଭ ହୋଇଛି ପଦଯାତ୍ରା । ସ୍ୱାଭିମାନ ଅଞ୍ଚଳଠାରୁ ମାଥିଲି, ଖଇରପୁଟ ଦେଇ ମାଲକାନଗିରି ସଦର ମହକୁମା ଯାଏଁ ୯ଦିନ ଧରି ଏହି ପଦଯାତ୍ରା ଚାଲିବ ।