ଆସନ୍ତା ୮ରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ବରଗଡରେ ସାଧାରଣ ସଭାରେ ରାହୁଲ ଦେବେ ଉଦବୋଧନ

Advertisment
ରାହୁଲ ଗାନ୍ଧୀଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୧୫.୮୮ କୋଟି ! ୫ ବର୍ଷରେ ବଢ଼ିଛି ୬.୪୮ କୋଟି

source : Google

କନକ ବ୍ୟୁରୋ : ଆସନ୍ତା ୮ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବରଗଡ଼ ଜିଲ୍ଳା ଗସ୍ତ ଚୂଡ଼ାନ୍ତ ହୋଇଛି। ଉତ୍ସାହିତ ପିସିସି ଏହି ସମାବେଶକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରବିବାର ପିସିସିର ଏକ ପ୍ରତିନିଧି ଦଳ ବରଗଡ଼ ଗସ୍ତ କରି ରାହୁଲଙ୍କ ସଭା ପାଇଁ ପଡ଼ିଆ ପରିଦର୍ଶନ କରିଛି। ବରଗଡ଼ ସହରସ୍ଥିତ ସର୍କସ ପଡ଼ିଆ ଏବ˚ ସରସରା ନିକଟସ୍ଥ ପଡ଼ିଆର ଅନୁଧ୍ୟାନ ମଧ୍ୟ କରାଯାଇଛି । ତେବେ ସରସରାରେ ସମାବେଶ ହେବା ଚୂଡ଼ାନ୍ତ ହୋଇଛି।

publive-imageରାହୁଲ ତାଙ୍କ ଗସ୍ତବେଳେ ଅପରାହ୍ନ ୨ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ। ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପ୍ରଭାରୀ ଜିତେନ୍ଦ୍ର ସି˚, ଛତିଶଗଡ଼ର ବରିଷ୍ଠ ମନ୍ତ୍ରୀ , ପିସିସି ସଭାପତି ନିରଜ˚ନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସି˚ହ ମିଶ୍ର, ଏଆଇସିସି ସ˚ପାଦକ ଶେଖ୍ ମସ୍ତାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହିବେ। ଏଆଇସିସି ଅଧ୍ୟକ୍ଷ ହେବା ପରେ ଏହା ରାହୁଲଙ୍କ ପ୍ରଥମ ବରଗଡ଼ ଗସ୍ତ। ପୂର୍ବରୁ ସେ ଉପାଧ୍ୟକ୍ଷ ଥିବା ସମୟରେ ଅତାବିରା ବ୍ଳକ ଦେବାହାଲ ଠାରେ ଚାଷୀ ବଞ୍ଚାଓ ପଦଯାତ୍ରାରେ ଯୋଗ ଦେଇ ପ୍ରାୟ ୭ କିଲୋମିଟର ଚାଲି ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe