କନକ ବ୍ୟୁରୋ: କରୋନା ଭୂତାଣୁ ପରେ ଏବେ ମାରବର୍ଗ ନାମକ ଭୁତାଣୁକୁ ନେଇ ସତର୍କ କଲେ ଦକ୍ଷିଣ ଆଫ୍ରିକା ବିଶେଷଜ୍ଞ । ଗୁଏନିଆ ଗୁକେଡିଉ ଇଲାକାରେ ଏହି ଭୂତାଣୁ ଜଣେ ରୋଗୀଙ୍କ ଠାରେ ଚିହ୍ନଟ ହେବା ପରେ ଏହାର ବ୍ୟପୀବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦକ୍ଷଣ ଆଫ୍ରିକା ଡାକ୍ତରୀ ଦଳ ଓ ବିଶେଷଜ୍ଞ । ଏହି ଭୂତାଣୁ ଇବୋଲା ଭୂତାଣୁ ଶ୍ରେଣୀର ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ।

Advertisment

publive-image

ବିଶେଷଜ୍ଞଙ୍କ କହିବା ଅନୁସାରେ , ଏହି ଭୁତାଣୁ ସଂକ୍ରମଣରେ ହେମୋର୍ଜିକ ନାମକ ଜ୍ୱର ହେବା ସହ ରୋଗୀଠାରେ ମୁଣ୍ଡ ବିନ୍ଧା, ରକ୍ତବାନ୍ତି, ମାଂସପେଶି ଯନ୍ତ୍ରଣା, ନାକ କାନରୁ ରକ୍ତଶ୍ରାବ ଓ ଚିଡଚିଡାପଣ ପରି ଲକ୍ଷଣ ଦେଖାଯାଏ । ତେଣୁ ସଚେତନ ରହିଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏହାର ପ୍ରତିଷେଧ ପାଇଁ ଖୁବ ଶିଘ୍ର ଟିକା ବାହାର କରିବାକୁ ଡବ୍ଲୁଏଚଓ ପକ୍ଷରୁ ସୂଚନା ଦିଆଯାଇଛି ।