ଚଳଚଞ୍ଚଳ ରାଜ୍ୟ ବିଜେପି କାର୍ଯ୍ୟାଳୟ । ବରିଷ୍ଠ ବିଜେପି ନେତାଙ୍କୁ ନେଇ ବସିଛି ବୈଠକ । ୧୪୭ ବିଧାନସଭା, ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ନେଇ ଆଲୋଚନା ସୂଚନା ।

136

କନକ ବ୍ୟୁରୋ: ଆଜି ଚଳଚଞ୍ଚଳ ରାଜ୍ୟ ବିଜେପି କାର୍ଯ୍ୟାଳୟ । ବରିଷ୍ଠ ନେତାଙ୍କୁ ନେଇ କାର୍ଯ୍ୟାଳୟରେ ବସିଛି ବୈଠକ । ସାମିଲ ହୋଇଛନ୍ତି ନେତା ଓ କର୍ମୀ । ମାହୋଲ ପୁରା ସରଗରମ ଥିବା ଜଣାପଡୁଛି । କାରଣ ନିର୍ବାଚନ ପାଇଁ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନେଇ କାହାକୁ ପ୍ରାର୍ଥୀ କରାଯିବ କାହାକୁ କେଉଁ ଆସନ ଦିଆଯିବ ଏବଂ ଅନ୍ୟ କର୍ମୀଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ରହିଛି । ସଠିକ ଭାବେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହେଲେ ଏହାକୁ ଦିଲ୍ଲୀ ପଠାଯିବ । ତେଣୁ ଏହା ଉପରେ ବରିଷ୍ଠ ନେତା ତଥା କେନ୍ଦ୍ରରୁ ଆସିଥିବା ବରିଷ୍ଠ ନେତାଙ୍କୁ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ରହିଛି ।