ବ୍ରହ୍ମପୁରରେ ଉତ୍ତର କୋରିଆ ରାଷ୍ଟ୍ରପତିଙ୍କ ଅବିକଳ ନକଲ । ଫିଟନେସ୍ ପାଇଁ ଆସିଛନ୍ତି । ଜାଣନ୍ତୁ କିଏ ସେ ଅଭିନେତା ?

378

କନକ ବ୍ୟୁରୋ: ବ୍ରହ୍ମପୁର ମେଡିକାଲ ଗ୍ରାଉଣ୍ଡରେ ମହାରାଷ୍ଟ୍ରର ମରାଠୀ କଳାକାର ଅଭିଷେକ ବାରହତେ । ଫିଟନେସ୍ ପାଇଁ ସେଠାରେ ଥିବା ଫିଜିକାଲ ଏକାଡେମୀ ଟ୍ରେନର ସୀମାଞ୍ଚଳଙ୍କ ପାଖରେ ପହଞ୍ଚି ତାଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି ଅଭିଷେକ ।

ତେବେ ଅଭିଷେକ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍-ଜଙ୍ଗ-ଉନଙ୍କ ଅବିକଳ ନକଲ ଭଳି ଦେଖା ଯାଉଛନ୍ତି । ମହାରାଷ୍ଟ୍ରରେ ତାଙ୍କୁ କିମ୍-ଜଙ୍ଗ ବୋଲି ଡାକୁଥିବା ବେଳେ ମରାଠୀ ସିରିଏଲରେ ତାଙ୍କୁ ମଧ୍ୟ କିମ୍ ଜଙ୍ଗଙ୍କ ଅଭିନୟରେ ଦେଖିବାକୁ ମିଳିବ । ଏନେଇ ଏବେଠାରୁ ଲାଗିପଡ଼ିଛନ୍ତି ଅଭିଷେକ । ଆଉ ନିଜକୁ ଫିଟ୍ ରଖିବା ସହ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେ ଆସିଛନ୍ତି ବ୍ରହ୍ମପୁର । ସେପଟେ ସୀମାଞ୍ଚଳଙ୍କ ପାଖକୁ ଅନେତ ବଡ ବଡ କଳାକାର ଟ୍ରେନିଂ ନେବାକୁ ଆସୁଛନ୍ତି । ଫିଟ୍ ରହିବାକୁ ସୀମାଞ୍ଚଳ ବିଭିନ୍ନ କୌଶଳ ଶିଖାଉଥିବା ବେଳେ ସେ ଏବେ ବେଶ୍ ନାଁ କମେଇଛନ୍ତି ।