କନକ ବ୍ୟୁରୋ : ମହାରାଷ୍ଟ୍ରରେ ତେଜିବାରେ ଲାଗିଛି ମରାଠା ସଂରକ୍ଷଣ ଆନ୍ଦୋଳନ । ଏହି ଦାବିକୁ ନେଇ ମଙ୍ଗଳବାର ୯ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ ୧୩ ଦିନରେ ୨୬ ଜଣ ଆତ୍ମହତ୍ୟା କରି ସାରିଲେଣି । ଆନ୍ଦୋଳନର ନିଆଁ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସର୍ବଦଳୀୟ ବୈଠକ କରିଛନ୍ତି ।

Advertisment

ସେପଟେ ଶିବସେନାର ଉଦ୍ଧବ ଗୋଷ୍ଠୀର ବିଧାୟକ ଓ ସାଂସଦଙ୍କୁ ବୈଠକରେ ଡକାଯାଇ ନାହିଁ । ମରାଠା ସଂରକ୍ଷଣକୁ ନେଇ ଏବେ ଆନ୍ଦୋଳନକାରୀମାନେ ହିଂସାପରାୟଣ ହୋଇପଡିଛନ୍ତି । ସେପଟେ ପୂର୍ଣ୍ଣ ସଂରକ୍ଷଣ ଦାବିରେ ମରଠା ଆନ୍ଦୋଳନ ନେତା ମନୋଜ ଜାଙ୍ଗରେ ଆମରଣ ଅନସନ ଡାକରା ଦେଇଛନ୍ତି । ଗତ ୪ ଦଶନ୍ଦି ଧରି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ନେଇ ଦାବି ହୋଇ ଆସୁଛି । ରାଜ୍ୟ ସରକାର ମରାଠାଙ୍କୁ ୨୦୧୮ରେ ୧୬ପ୍ରତିଶତ ସଂରକ୍ଷଣ ଦେଇଥିଲେ । ଏହାଦ୍ୱାରା ରାଜ୍ୟରେ ମୋଟ ସଂରକ୍ଷଣ ୫୦ପ୍ରତିଶତରୁ ଟପି ଯାଇଥିଲା । ଫଳରେ ୨୦୨୧ରେ ସୁପ୍ରିମକୋର୍ଟ ମରାଠା ସଂରକ୍ଷଣକୁ ରଦ୍ଦ କରିଥିଲେ । ଏହାପରଠାରୁ ଜାତିଗତ ପ୍ରମାଣ ପତ୍ର ସହ ସଂରକ୍ଷଣ ଦାବି ନେଇ ସ୍ୱର ଉଠାଇ ଆସୁଛି ମରାଠା ସଂରକ୍ଷଣ ।