କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆରକ୍ଷଣ ତାତି । ମରାଠା ସଂରକ୍ଷଣ ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେବା ଆରମ୍ଭ କରିଛି । ଦୁଇ ଦିନରେ ୨ ବିଧାୟକଙ୍କ ଘର ପୋଡି ଦେଲେଣି ଉପଦ୍ରବକାରୀ । କେବଳ ସେତିକି ନୁହେଁ ସରକରୀ ବସରେ ବି ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ପୁଣେ, ବିଡ୍ରେ ଆନ୍ଦୋଳନକାରୀମାନେ ଜଣେ ଏନ୍ସିପି ବିଧାୟକଙ୍କ ଘର ଜାଳି ଦେଇଛନ୍ତି । ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଘରର ବେସମେଣ୍ଟରେ ଥିବା ଗାଡିରେ ପ୍ରଥମେ ନିଆଁ ଲଗାଇଥିଲେ । ପରେ ଏହା ଭୟଙ୍କର ରୂପ ନେଇଥିଲା । ଦେଖୁ ଦେଖୁ ପୂରା ନିଆଁ ଘରକୁ ବ୍ୟାପି ଯାଇଥିଲା । ପୂରା ଅଂଚଳରେ ଧୂଆମୟ ହୋଇଯାଇଥିଲା ।

Advertisment

ସେପଟେ ଅଜିତ ପାୱାରଙ୍କ ବିଧାୟକଙ୍କ ଘରେ ନିକଟରେ ମଧ୍ୟ ପୋଡାଜଳା କରାଯାଇଛି । ସେହିପରି ଏନସିପି ମୁଖ୍ୟ ଶରଦ ପୱାର ଗୋଷ୍ଠୀର ଅନ୍ୟ ଜଣେ ବିଧାୟକ ଜୟଦତ୍ର ଶିରସାଗରଙ୍କ ଘର ମଧ୍ୟ ପୋଡି ଦେଇଛନ୍ତି ଉପଦ୍ରବକାରୀ । ମରାଠା ସଂରକ୍ଷଣକୁ ନେଇ ଏବେ ଆନ୍ଦୋଳନକାରୀମାନେ ହିଂସାପରାୟଣ ହୋଇପଡିଛନ୍ତି । ଏହି ଆନ୍ଦୋଳନରେ ମହାରାଷ୍ଟ୍ର ଗୃହମନ୍ତ୍ରାଳୟ ଫେଲ ମାରିଥିବା କହିଛନ୍ତି ଏନ୍ସିପି ସାଂସଦ ସୁପ୍ରିଆ ସୁଲେ ।