୬ ସେକେଣ୍ଡରେ ଭୁଶୁଡ଼ିଗଲା କୋଚି କୋଠା । ଆଖି ପିଛୁଳାକେ ମାଟିରେ ମିଶିଲା ଉଚ୍ଚ ଅଟ୍ଟାଳିକା । ବେଆଇନ ଭାବେ ନିର୍ମାଣ ହୋଇଥିରୁ ବହୁତଳ କୋଠାକୁ ମାଟିରେ ମିଶାଇଲା ପ୍ରଶାସନ ।

307

କନକ ବ୍ୟୁରୋ : ମାତ୍ର ୬ ସେକେଣ୍ଡରେ ତାସ ଘର ଭଳି ଭୁଶୁଡି ପଡିଲା ଉଚ୍ଚ ଅଟ୍ଟାଳିକା । କୋଚିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୪ଟି ବହୁତଳ କୋଠାକୁ ଭାଙ୍ଗି ଦେଇଛି ପ୍ରଶାସନ । ବିଦେଶୀ ବିଶେଷଜ୍ଞ ଓ ବିସ୍ଫୋରକ ଜରିଆରେ ସୁରକ୍ଷିତ ଭାବେ ଭଙ୍ଗା ଯାଇଛି ଦୁଇ ଦିନରେ ୪ଟି କୋଠା । ବଡ଼ କଥା ହେଉଛି, ଏହି ବଡ଼ ବଡ଼ କୋଠା ଆଖି ପିଛୁଳାକେ ମାଟିରେ ମିଶିଯାଇଛି ।

ଆଖି ପିଛୁଳାକେ ମାଟିରେ ମିଶିଲା ଅଟ୍ଟାଳିକା । ୬ ସେକେଣ୍ଡରେ ତାସଘର ଭଳି ଭୁଶୁଡିଗଲା କୋଠା । କୋଚିର ମରାଦୁ ନଗର ନିଗମ ଅଂଚଳରେ ଅବୈଧ ନିର୍ମାଣ ଉଚ୍ଛେଦର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । କ୍ୟାମେରାରେ କଏଦ କୋଠାଭାଙ୍ଗିବାର ଏମିତି ଦୃଶ୍ୟ ଚକିତ କଲା ଭଳି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମରାଦୁ ମ୍ୟୁନିସିପାଲଟି ଅଂଚଳର ୪ଟି ଅବୈଧ ଅଟ୍ଟାଳିକାକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ । ରବିବାର ଦିନ ୧୧ଟା ୩ ମିନିଟରେ ଜୈନ କୋରାଲ କୋବ ନାମକ ଅଟ୍ଟାଳିକାକୁ ଭଙ୍ଗାଯାଇଥିଲା ।

ଅତ୍ୟାଧୁନିକ ବିସ୍ଫୋରକ ସହୟାତାରେ ୫୫ ମିଟର ଉଚ୍ଚ ଅଟ୍ଟାଳିକାକୁ ମାତ ୬ ମିନିଟରେ ମାଟିରେ ମିଶାଇ ଦିଆଯାଇଛି । ସେହିପରି ଅପରାହ୍ନ ସାଢେ ୨ଟାରେ ଗୋଲଡେନ କୋୟାଲୋରମ୍ ବିଲଡିଂକୁ ବିସ୍ଫୋରକ ଲଗାଇ ଭାଙ୍ଗିଥିଲା ପ୍ରଶାସନ । କୋଠା ଭାଙ୍ଗିବା ଆଗରୁ ୨ଶହ ମିଟର ଅଂଚଳକୁ ଖାଲି କରଯାଇଥିଲା, ଯାତାୟତ ରୋକିବା ପରେ ବିସ୍ଫୋରକ ଲଗାଇ ଦୁଇଟି କୋଠାକୁ ଭଙ୍ଗା ଯାଇଛି । ପୂର୍ବରୁ ସେହି ଅଂଚଳରେ ୧୪୪ ଧାରା ଜାରି କରିଥିଲା ପ୍ରଶାସନ ।

କେରଳର କୋଚିରେ ଗ୍ରୀନ ଜୋନର ଆଇନକୁ ଅଣଦେଖା କରି ନିର୍ମାଣ ହୋଇଥିଲା ଆକାଶଛୁଆଁ ୪ଟି ବହୁତଳ ବିଶିଷ୍ଟ କୋଠା । ୪ଟି ଆପାଟମେଂଟ ମଧ୍ୟରୁ ଶନିବାର ଆଲଫା ଶରିନ ଓ ହୋଲି ଫେଥ ଏଚ-ଟ୍ୱେଂଟି ନାମକ ଦୁଇଟି ବହୁତଳ କୋଠାକୁ ଭଙ୍ଗାଯାଇଛି । ଦକ୍ଷିଣ ଆଫ୍ରିକାର ଜେଟ ଡିମୋଲିସ କଂପାନୀର ବିଶେଷଜ୍ଞଙ୍କ ସହାୟତାରେ ଉଚ୍ଚ ଅଟ୍ଟାଳିକାକୁ ମାଟିରେ ମିଶାଇଥିଲେ ମୁମ୍ବାଇସ୍ଥିତ ଏଡିଫିସିଜି ଇଂଜିନିୟରମାନେ । କୋଚିର ୪ଟି ଅବୈଧ ଅଟ୍ଟାଳିକା ଉଚ୍ଛେଦ ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ ପ୍ରଶାସନ । ‘କୋଷ୍ଟାଲ୍ ଜୋନ୍ ରେଗୁଲେସନ୍’ ଆଇନର ଉଲଂଘନ କରିଥିବା ଏହି ମାରାଡୁ ଫ୍ଲାଟସକୁ ମାଟିରେ ମିଶାଇଦେବାକୁ ଗତ ମେ ମାସରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ।