ପରପାରିରେ ବିଶିଷ୍ଟ ଫୁଟବଲର ମାରାଡୋନା : ୬୦ ବର୍ଷ ବୟସରେ ହୃଦଘାତରେ ଆର୍ଜେଂଟିନାର ଏହି ବିଶ୍ୱ ବିଜୟୀ ଖେଳାଳିଙ୍କ ପରଲୋକ

ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଡିଏଗୋ

165

କନକ ବ୍ୟୁରୋ : ପରପାରିରେ ବିଶିଷ୍ଟ ଫୁଟବଲର ଡିଏଗୋ ମାରାଡୋନା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଆର୍ଜେଂଟିନାର ଏହି ଖ୍ୟାତନାମା ଫୁଟବଲର ନିଜ ସମୟରେ ବିଶ୍ୱ ପ୍ରସିଦ୍ଧ ଥିଲେ । ଆର୍ଜେଂଟିନା ଗଣମାଧ୍ୟମର ସୂଚନା ଅନୁସାରେ ଏହି ୬୦ ବର୍ଷିୟ ଫୁଟବଲର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତକାଲି ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମାରାଡୋନା ଖେଳ ପଡିଆରେ ତାଙ୍କ ଖେଳ ପାଇଁ ଯେତିକି ଚର୍ଚ୍ଚିତ ପଡିଆ ବାହାରେ ସେତିକି ବିବାଦୀୟ ଥିଲେ ।

ଡ୍ରଗ୍ସ ଓ ମଦ୍ୟପାନ ଅଭ୍ୟାସ ପାଇଁ ବିବାଦୀୟ ଥିଲେ । ମାରାଡୋନାଙ୍କ ନେତୃତ୍ୱରେ ଆର୍ଜେଂଟିନା ୧୯୮୬ ମସିହାରେ ବିଶ୍ୱକପ୍ ବିଜୟୀ ହୋଇଥିଲା । କ୍ଲବ ସ୍ତରୀୟ ଫୁଟବଲରେ ମଧ୍ୟ ମାରାଡୋନାଙ୍କ ଦବ୍ଦବା ରହିଥିଲା । ମାରାଡୋନାଙ୍କ ବିୟୋଗ ଖବର ଶୁଣିବା ପରେ ଟିଗରେ ଠାରେ ଥିବା ତାଙ୍କ ବାସଭବନ ଆଗରେ ପ୍ରଶଂସକଙ୍କ ଭିଡ ଜମିବାରେ ଲାଗିଛି । ନିଜର ପ୍ରିୟ ଖେଳାଳିଙ୍କ ଶେଷ ଦର୍ଶନ କରିବା ପାଇଁ ପ୍ରଶଂସକ ଭିଡ ଧିରେ ଧିରେ ଜମୁଛି ।