କନକ ବ୍ୟୁରୋ : ଆଫଗାନିସ୍ତାନରେ ସେନାର ନିଦ ହଜାଇଛି ତାଲିବାନ୍ । ଦେଶରୁ ଆମେରିକା ସେନା ପ୍ରତ୍ୟାହୃତ ହେବାପରେ ତାଲିବାନ ଅଧିକ ସକ୍ରିୟ ହୋଇଉଠିଛି । ଏହାର ଫାଇଦା ଉଠାଉଛି ପାକିସ୍ତାନ । ଏହି ଆତଙ୍କବାଦୀ ସଙ୍ଗଠନକୁ ଆହୁରି ମଜବୁତ କରିବାକୁ ପାକିସ୍ତାନ ପଟୁ ୧୦ ହଜାରରୁ ଅଧିକ ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରବେଶ କରିଥିବା ଜଣାପଡିଛି । ଏହି ଆତଙ୍କବାଦୀ ବେଲୁଚିସ୍ତାନ ଓ ସିନ୍ଧ ସୀମା ପଟଦେଇ ପ୍ରବେଶ କରିଛନ୍ତି । ଫଳରେ କାନ୍ଧାର ଓ କାବୁଲ ପରି ମୁଖ୍ୟ ସହର ଗୁଡିକରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଏବେ ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ଦେଶର ସେନା ।

Advertisment

publive-imageଅନ୍ୟପଟେ ଆମେରିକା ସେନା ପ୍ରତ୍ୟାହୃତ ପରେବି ତାଲିବାନର ଏପରି ଆତଙ୍କରାଜ ଯୋଗୁଁ ଆମେରିକା ଏବେବି ତାଲିବାନର ବିଭିନ୍ନ ଘାଟି ଉପରେ ଆକାଶମାର୍ଗରୁ ବୋମାମାଡ କରୁଛି । ଏଥିରେ ଆଫଗାନିସ୍ତାନ ବାୟୁ ସେନା ମଧ୍ୟ ସାମିଲ ହୋଇଛି । ସୂଚନା ମୁତାବକ, ଏବେ ଆମେରିକା ୭୦ ପ୍ରତିଶତ ସେନା ପ୍ରତ୍ୟାହୃତ କରିନେଇଥିବାବେଳେ ସେପ୍ଟେମ୍ବର ୨୬ ସୁଦ୍ଧା ସମସ୍ତ ସୈନ୍ୟଙ୍କୁ ଫେରାଇ ନେବ ବୋଲି ରାଷ୍ଟ୍ରପତି ବାଇଡେନ୍ ଘୋଷଣା କରିଥିଲେ । ଏସବୁ ସତ୍ୱେ ଆମେରିକା ଆଫଗାନିସ୍ତାନକୁ ସୁରକ୍ଷା ଓ ଉନ୍ନତିମୂଳକ କାର୍ଯ୍ୟରେ ସାହାଯ୍ୟ କରୁଛି । ହେଲେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ପରିସ୍ଥିତି କ’ଣ ହେବ ସେନେଇ ଆଫଗାନିସ୍ତାନ ସରକାର ଏବେ ଚିନ୍ତାରେ ।