କନକ ବ୍ୟୁରୋ: ମାଲକାନଗିରି ସୀମାରେ ମାଓବାଦୀଙ୍କ ହିଂସାକାଣ୍ଡ । ଓଡ଼ିଶା-ଛତିଶଗଡ ସୀମା ବିଜାପୁରରେ ଯାତ୍ରୀବାହୀ ବସ ଜାଳିଦେଇଛନ୍ତି ମାଓବାଦୀ । ଭୋପାଳପାଟନମରୁ ବୋରେଗୁଡା ଯାଉଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ । ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇବା ପରେ ବସରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତକାଲି ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜେପୁର ଠାରେ ମାଓବାଦୀମାନେ ଏକ ବସକୁ ସମ୍ପୂର୍ଣ୍ଣ ଜାଳି ଦେଇଛନ୍ତି । ବିଶ୍ୱନାଥ ଟ୍ରାଭେଲ୍ସର ଏହି ବସଟି ଭୋପାଲପାଟନମରୁ ବାରେଗୁଣ୍ଡା ଯାଉଥିବା ବେଳେ ରାସ୍ତାରେ ଶତାଧିକ ମାଓବାଦୀ ବସ ଅଟକାଇ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ । ପରେ ସେମାନେ ବସରେ ପେଟ୍ରୋଲ ଢ଼ାଳି ନିଅାଁ ଲଗାଇ ଜାଳି ଦେଇଥିବା ଜଣାପଡ଼ିଛି ।