ରାୟଗଡାରେ ପୁଣି ମାତିଲେଣି ମାଓବାଦୀ ! ପ୍ରଜାମେଳି କରୁଛନ୍ତି, ସଂଗଠନ ସହ ଯୋଡିବା ପାଇଁ ଉଦ୍ୟମ ବି କରୁଛନ୍ତି

Advertisment
ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ କଲେ ହତ୍ୟା
କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ରାୟଗଡ଼ା ମୁହାଁ ହୋଇଛନ୍ତି ମାଓବାଦୀ। ସଂଗଠନ ସଜାଡ଼ିବା ପାଇଁ ଆରମ୍ଭ କରିଛନ୍ତି ସଭ୍ୟସଂଗ୍ରହ ଅଭିଯାନ। ଜିଲ୍ଲାର ଗୁଡାରି-ଚନ୍ଦ୍ରପୁର ସୀମାନ୍ତରେ ପ୍ରଜାମେଳି କରି ଲୋକଙ୍କୁ ନିଜ ସପକ୍ଷରେ ପ୍ରବର୍ତାଇବାକୁ ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁଡାରି ଥାନାରୁ ୩୫ କିମି ଦୂର ଘଞ୍ଚ ଜଂଗଲକୁ ଲାଗିଥିବା ଟାଙ୍ଗରମା ଗ୍ରାମରେ ମାଓବାଦୀ ପ୍ରଜାମେଳିର ଆୟୋଜନ କରିଥିଲେ। ପ୍ରଥମେ ଗୁପ୍ତ ବୈଠକ କରିବା ପରେ ମାଓବାଦୀ ପ୍ରଜାମେଳିରେ ଗ୍ରାମବାସୀଙ୍କୁ ଭେଟି ସଂଗଠନରେ ସାମିଲ୍ ହେବା ଲାଗି ଆହ୍ବାନ ଦେଇଥିଲେ। କିନ୍ତୁ ଗ୍ରାମବାସୀଙ୍କ ପକ୍ଷରୁ ମାଓ ସଂଗଠନକୁ ପୂର୍ବ ଭଳି ସହାନୁଭୂତି ମିଳିନଥିବା ଜଣାପଡିଛି।
publive-imageମାଓବାଦୀଙ୍କ ଗତିବିଧି ଓ ବୈଠକ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଜାମେଳି ଓ ମାଓବାଦୀ ଆଡ୍ଡା ଜମାଇଥିବା ସ୍ଥାନକୁ ଯିବା ପାଇଁ ଏକ ମୁହାଁ ରାସ୍ତା ଥିବାରୁ ଆମ୍ବୁସ୍ ଭୟରେ ଯବାନ ଆଗକୁ ବଢ଼ି ପାରିନଥିଲେ। ସେହିପରି ସୂଚନା ମିଳିବାରେ ବିଳମ୍ବ ଯୋଗୁ ମାଓବାଦୀ ଖସିଯିବାରେ ସକ୍ଷମ ହୋଇଥିଲେ ବୋଲି ସିଆରପିଏଫ୍ ଅଧିକାରୀ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ମାଓ ସଂଗଠନର ୭ ଜଣିଆ ଟିମ୍ ଚନ୍ଦ୍ରପୁର, ମୁନିଗୁଡା, କଲ୍ୟାଣସିଂହପୁର, ଗୁଡାରି ଇଲାକାରେ ବୁଲି ସଂଗଠନ ସୁଦୃଢ଼ ପାଇଁ ପ୍ରୟାସ ଜାରି ରଖିଥିବା ନେଇ ଗୁଇନ୍ଦା ସୂଚନା ପୁଲିସ୍ ତଥା ସିଆରପିଏଫ୍ ଯବାନଙ୍କ ନିକଟରେ ରହିଛି। ଦୀର୍ଘଦିନ ହେଲା ରାୟଗଡା ଜିଲ୍ଲାରୁ ମାଓବାଦୀ ସଭ୍ୟ ସଂଗ୍ରହ କରିନଥିବାରୁ ଜିଲ୍ଲାରେ ମାଓ ସଂଗଠନ ଦୁର୍ଗ ଭୁଶୁଡିବାରେ ଲାଗିଛି। ଏଣୁ ରାୟଗଡାରୁ କିଛି ଯୁବକ, ଯୁବତୀଙ୍କୁ ସଂଗଠନରେ ସାମିଲ୍ କରି ନେଟୱର୍କ ବଢ଼ାଇବା ଲକ୍ଷ୍ୟରେ ରହିଛନ୍ତି ମାଓବାଦୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe