କନକ ବ୍ୟୁରୋ : ଏଣିକି ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଠାବ କରିବା ଯବାନ ଓ ପୋଲିସକୁ କଷ୍ଟକର ହେବ । କାରଣ ମାଓବାଦୀମାନେ ତାଙ୍କ ପୋଷାକ ବଦଳାଇଥିବା ଜଣାପଡିଛି । ବିଭିନ୍ନ ସ୍ଥାନରେ ହିଂସା ଘଟାଇବା ପୂର୍ବରୁ ଧରା ପଡି ଯାଉଛନ୍ତି ମାଓବାଦୀ । ଆଉ ଏହାକୁ ଲକ୍ଷ୍ୟ କରି ନୂଆ ପୋଷାକ ପିନ୍ଧିବାକୁ ଚାଲ କରିଛନ୍ତି ।

ଏହି ପୋଷାକଟି ଲମ୍ବାଘାସରେ ତିଆରି ହୋଇଛି । ଜଙ୍ଗଲ ଭିତରେ ବଢୁଥିବା ଏହି ଲମ୍ବା ଘାସକୁ ପୋଷାକ କରି ପିନ୍ଧୁଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଅଞ୍ଚଳରେ ମାଓବାଦୀ ଏହିପରି ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳିଛି । ଯାହାକୁ ସାଧାରଣତଃ ଖାଲି ଆଖିରେ ଦେଖିଲେ ଜଣାପଡିବ ନାହିଁ । କାରଣ ଯେକେହି ଦେଖିଲେ ସଂପୃକ୍ତ ମାଓବାଦୀ ଘାସ ବୁଦାର ଭ୍ରମ ସୃଷ୍ଟି କରିବ । ଯାହା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାରେ ମାଓବାଦୀଙ୍କୁ ସହଜ କରିବ ବୋଲି କୁହାଯାଉଛି ।