ଛତିଶଗଡ଼ ବିଜାପୁର ସିଏଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ । ଯବାନଙ୍କ ଉପରେ ଆଉ ଜଣେ ଯବାନଙ୍କ ଗୁଳିମାଡ: ଜଣେ ମୃତ, ୩ ଆହତ । ଗୁଳି କରିଥିବା ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

269

କନକ ବ୍ୟୁରୋ: ଛତିଶଗଡ଼ ବିଜାପୁର ସିଏଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ । ଏକାଧିକ ଯବାନଙ୍କ ଉପରେ ଆଉ ଜଣେ ଯବାନଙ୍କ ଫାଏରିଂ । ଏହି ଗୁଳିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି । ଏପଟେ ଏହି ଘଟଣା ପରେ ଗୁଳି କରିଥିବା ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ଦେଇଛନ୍ତି ଆଇଜି ।

ସେପଟେ, ସ୍ୱାଭିମାନ ଅଂଚଳରେ ମାଓ ପୋଷ୍ଟର ଠାବ । ପୋଷ୍ଟରରେ ଗ୍ରାମବାସୀ ଓ ପୁଲିସ୍କୁ ଚେତାବନୀ ଦେଇଛି ଲାଲ୍ ବାହାନୀ । ଆଡମା ଓ ଜିପ୍ରୋ ଆକ୍ରମଣ ପଛରେ ପୋଲିସର ହାତ ଥିବା ଅଭିଯୋଗ ନେଇ ମାଓ ପୋଷ୍ଟରରେ ଲେଖା ରହିଛି । ପୂର୍ବରୁ ମାଓବାଦୀ ଓ ଗ୍ରାମବାସୀ ମୁହାଁମୁହିଁ ହେବାକୁ ନେଇ ମାଓବାଦୀ ଧମକ ଦେଇଥିଲେ । ଏବେ ଗାଁ ନିକଟରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ବଡ଼ କଥା ହେଉଛି ଏହି ମାଓ ପୋଷ୍ଟରରେ ଜନ୍ତୁରାଇ ଗାଁର ୪ ଜଣଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ପାଇଁ ଚେତାବନୀ ଦିଆଯାଇଛି ।