ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡ଼ଙ୍ଗ । ଛତିଶଗଡ଼ ଦାନ୍ତେୱାଡ଼ାରେ କୁମ୍ବିଂ ବେଳେ ଠାବ କଲେ ଯବାନ ।ମାଓବାଦୀଙ୍କ ଯୋଜନା ହେଲା ପଣ୍ଡ ।

Advertisment
ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡ଼ଙ୍ଗ । ଛତିଶଗଡ଼ ଦାନ୍ତେୱାଡ଼ାରେ କୁମ୍ବିଂ ବେଳେ ଠାବ କଲେ ଯବାନ ।ମାଓବାଦୀଙ୍କ ଯୋଜନା ହେଲା ପଣ୍ଡ ।

କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡଙ୍ଗ । ଯବାନଙ୍କୁ ଟାର୍ଗେଟ୍ କରିବା ପାଇଁ ଲାଲବାହିନୀଙ୍କ ନୂଆ ଚାଲ । ଆପଣଙ୍କ ଟିଭି ସ୍କ୍ରିନ୍ରେ ଏ ହେଉଛି ସେହି ଏକ୍ସକ୍ଲୁସିଭ୍ ଭିଜୁଆଲ । ଦେଖନ୍ତୁ କିପରି ସୁଡଙ୍ଗ ଖୋଲିଛନ୍ତି ମାଓବାଦୀ । ଏପରି ଦୃଶ୍ୟ ଆସିଛି ପଡୋଶୀ ଛତିଶଗଡ଼ରୁ । ଦାନ୍ତେୱାଡା ଜିଲ୍ଲା ଇଦ୍ରାବତୀ ନଈ କୂଳର ଘଂଚ ଜଙ୍ଗଲରେ ଏପରି ସୁଡଙ୍ଗ ତିଆରି କରିଛନ୍ତି ମାଓବାଦୀ । ଯବାନଙ୍କୁ ଟାର୍ଗେଟ୍ କରି ଏହି ସୁଡଙ୍ଗ ଦେଇ ଆମ୍ବୁଶ ରଚିବାକୁ ମାଓବାଦୀମାନେ ଯୋଜନା କରୁଥିଲେ । ଆଉ ମାଓବାଦୀଙ୍କ ଏପରି ଯୋଜନାକୁ ପଣ୍ଡ କରିଛନ୍ତି ଯବାନ । ଗତକାଲି କୁମ୍ବିଂ ବେଳେ ଏହି ସୁଡଙ୍ଗ ଠାବ କରିଛନ୍ତି ଯବାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe