ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ଆନ୍ଧ୍ରପ୍ରଦେଶ କୋତୁର ଗାଁରେ ଯାତ୍ରୀଙ୍କୁ ଓହ୍ଲାଇ ଜାଳିଦେଲେ ହାଇଦ୍ରାବାଦ ଯାଉଥିବା ବସ୍

155

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବସ୍ରେ ନିଆଁ ଲଗାଇଦେଲେ ମାଓବାଦୀ । ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସରେ ମାଓବାଦୀ ନିଆଁ ଲଗାଇ ଦେଇଛନ୍ତି । କୋଂଟାଠାରୁ ୧୫ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କୋତୁରରେ କେଭିଆର ନାମକ ବସକୁ ଜାଳି ଦେଇଛନ୍ତି ସଶସ୍ତ୍ର ମାଓବାଦୀ ।

ବସରେ ଥିବା ଯାତ୍ରୀଙ୍କୁ ଓହ୍ଲାଇ ଦେବା ପରେ ନିଆଁ ଲଗାଇ ଦେଇଥିଲେ । ଚିକିତ୍ସା ଅବହେଳାରୁ ମାଓନେତ୍ରୀ ନର୍ମଦାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ମାଓବାଦୀମାନେ ଆଜି ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଛନ୍ତି । ଏହା ପୂର୍ବରୁ ଗତ ରାତିରେ ବସରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ଲିଫଲେଟ୍ ଓ ପୋଷ୍ଟର ଛାଡି ଯାଇଛନ୍ତି ମାଓବାଦୀ ।