କନକ ବ୍ୟୁରୋ : ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ମୃତ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସପ୍ତାହ ପାଳନ କରୁଛନ୍ତି । ଏହି ସମୟରେ ମାଓବାଦୀମାନେ ଅନେକ ହିଂସାକାଣ୍ଡ ଘଟାଇଥାନ୍ତି । ସହିଦ ସପ୍ତାହରେ ଯାନବାହାନ ମଧ୍ୟ ବନ୍ଦ ରହିଥାଏ । ତେବେ ଚଳିତ ବର୍ଷ ଏକ ଅଡିଓ ଟେପ୍ ଜାରି କରି ବସ ଚଳାଚଳକୁ ସ୍ୱାଭାବିକ ରଖିବାକୁ ଅପିଲ କରିଛି ମାଓ ସଙ୍ଗଠନ ।
ତେବେ ଜିଲ୍ଲାରେ ସମସ୍ତ ସରକାରୀ ବସ ଚଳାଚଳକୁ ବନ୍ଦ ରଖିଛନ୍ତି ଓଏସଆରଟିସି କର୍ତୃପକ୍ଷ । ସେପଟେ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ବିଶେଷ କରି ସ୍ୱାଭିମାନ ଅଂଚଳ ଉପରେ ଦୃଷ୍ଟି ରଖିଛି ମାଲକାନଗିରି ପୁଲିସ । ସ୍ୱାଭିମାନ ଅଂଚଳରେ ସମସ୍ତ ନିର୍ମାଣ କାମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-28-12h05m16s076.png)