କଳାହାଣ୍ଡିରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୫ରୁ ଅଧିକ ଗାଡି

ରାସ୍ତା କାମ ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ୨ଟି ଜେସିବି ଓ ୩ ଟ୍ରାକ୍ଟର ପୋଡିଦେଇଛନ୍ତି ।

107

କନକ ବ୍ୟୁରୋ: କଳାହାଣ୍ଡିରେ ମାତିଲେ ମାଓବାଦୀ । ରାସ୍ତା କାମ ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ୨ଟି ଜେସିବି ଓ ୩ ଟ୍ରାକ୍ଟର ପୋଡିଦେଇଛନ୍ତି । ଉଲାବାନି ଓ ନୂଆମୁଣ୍ଡାରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ପ୍ରାୟ ୧୦ରୁ ଅଧିକ ମାଓବାଦୀ ଆସି ଏହି ଲଙ୍କାକାଣ୍ଡ କରିଛନ୍ତି ।

ସୂଚନା ଅନୁଯାୟୀ, କଳାହାଣ୍ଡିରେ ଦିନକୁ ଦିନ ମାଓ ଆତଙ୍କ ବଢିବାରେ ଲାଗିଛି । କେଉଁଠି ମାଓବାଦିମାନେ ରାସ୍ତାକାମ ବନ୍ଦ ପାଇଁ ଠିକାଦାରର ଗଳା କାଟି ହତ୍ୟା କରୁଛନ୍ତି ତ ଆଉ କେତେବେଳେ ରାସ୍ତା କାମକୁ ବିରୋଧ କରି ଗାଡି ପୋଡି ଦେଉଛନ୍ତି । ଠିକ ସେହିଭଳି ଏକ ଘଟଣା ଗତକାଲି କଳାହାଣ୍ଡିରେ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ରୁ ଅଧିକ ମାଓବାଦି କଳାହାଣ୍ଡି ଉଲ୍ଲାବାନି, ନୂଆମୁଣ୍ଡାରେ ଚାଲିଥିବା ରାସ୍ତାକାମକୁ ବିରୋଧ କରି ୫ଟି ଗାଡି ପୋଡି ଦେଇଛନ୍ତି । ସେଥିମଧ୍ୟରୁ ୩ଟି ଟ୍ରାକ୍ଟର ଏବଂ ୨ଟି ଜେସିବି ରହିଛି । ସଂପୃକ୍ତ ଅଂଚଳରେ ଏକ ଠିକାସଂସ୍ଥା କାମ କରୁଥିବାବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଛନ୍ତି । ଯାହାକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି ।