ଛତିଶଗଡରେ ପୋଲିସ-ମାଓବାଦୀ ମୁହାଁମୁହିଁ । ୨ଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୫ ମାଓବାଦୀ ମୃତ

226

କନକ ବ୍ୟୁରୋ : ଛତିଶଗଡରେ ପୋଲିସ-ମାଓବାଦୀ ମୁହାଁମୁହିଁ । ୨ଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୫ ମାଓବାଦୀ ମୃତ୍ୟୁ ହୋଇଛି । ବିଜାପୁର ଜିଲ୍ଲା ଇଲମିଡି ଜଙ୍ଗଲରେ ୪ ମାଓବାଦୀଙ୍କ ମୃତ୍ୟୁ । ତେଲେଙ୍ଗାନା ଗ୍ରେହାଉଣ୍ଡ ସହ ମାଓବାଦୀଙ୍କ ଗୁଳି ବିନିମୟ । ଘଟଣାସ୍ଥଳରୁ ଏଲଏନଜି ଓ ଏସଏଲଆର ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ମାଓନେତା ସୁଧାକରଙ୍କ ମୃତ୍ୟୁ ସୂଚନା ମିଳିଛି । ସେହିପରି ସୁକମା ଜିଲ୍ଲା ମରଜୁମ ଠାରେ ମଧ୍ୟ ଗୁଳି ବିନିମୟ । ଡିଭିଏଫ୍ ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ମୃତ । ଉଭୟ ସ୍ଥାନରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।