କଳାହାଣ୍ଡିରେ ମାଓବାଦୀଙ୍କ ନରସଂହାର। ମାତ୍ର ୧୨ ଘଂଟା ଭିତରେ ଗଡାଇଲେଣି ଦୁଇ ଦୁଇଟି ମୁଣ୍ଡ

କଳାହାଣ୍ଡିରେ ମାଓବାଦୀଙ୍କ ନରସଂହାର। ମାତ୍ର ୧୨ ଘଂଟା ଭିତରେ ଗଡାଇଲେଣି ଦୁଇ ଦୁଇଟି ମୁଣ୍ଡ

କନକ ବ୍ୟୁରୋ: କଳାହାଣ୍ଡିରେ ନରସଂହାର ଚଳାଇଛନ୍ତି ମାଓବାଦୀ । ମାତ୍ର ୧୨ ଘଂଟା ଭିତରେ ଗଡାଇଛନ୍ତି ଦୁଇ ଦୁଇଟି ମୁଣ୍ଡ । ପାହାଡପଦର ସାପ୍ତାହିକ ହାଟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳି କରି ହତ୍ୟା କରିବାର ମାତ୍ର ୬ଘଂଟା ପରେ ବିଶ୍ୱନାଥପୁର ଥାନା ବାବୁ ପଦର ଗାଁରେ ଭୀମ ଦୋରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ ।

publive-image

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ବିଶ୍ୱନାଥପୁର ଥାନା ଅଧୀନ ଲାଞ୍ଜି ପଞ୍ଚାୟତ (ମୂଷାନାଳ) ଅଞ୍ଚଳର ଭୀମ ଦୋରା ନାମକ ଜଣେ ବ୍ୟକ୍ତିକୁ ମାଓବାଦୀମାନେ ପୁଲିସ ସୂଚନା ଦାତା ସନ୍ଦେହରେ ହତ୍ୟା କରିଛନ୍ତି। ଚାରିଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଉଠାଇ ଆଣି ଗାଁ’ରୁ ଶହେ ମିଟର ପାହାଡପଦର ସାପ୍ତାହିକ ହାଟରେ ଗୁଳି କରି ହତ୍ୟା କରିଛନ୍ତି। ମୃତ ଭୀମଙ୍କ ପାଖରେ ପଡ଼ିଥିବା ପୋଷ୍ଟର୍ରୁ ଜଣାପଡ଼ିଛି ଯେ, ସେମାନେ କଳାହାଣ୍ଡି ଡିଭିଜନର ସିପିଆଇ ମାଓବାଦୀ। ତାଙ୍କୁ ମାଓବାଦୀମାନେ ପୁଲିସ ସୂଚନାଦାତା ବୋଲି ଲେଖିଛନ୍ତି। ଏଥିରେ ଅନ୍ୟ ଅଞ୍ଚଳର ଅନ୍ୟ ପୁଲିସ ଇନଫରମାନଙ୍କୁ ମଧ୍ୟ ସତର୍କ କରାଇ ଦିଆଯାଇଛି।।

publive-image

ଗତକାଲି ମଧ୍ୟ ମାଓବାଦୀମାନେ ବିଜେପୁର ଥାନା ବୋରପଦର ଗାଁର ସାପ୍ତାହିକ ହାଟରେ ରାଜେନ୍ଦ୍ର ସାହୁ ନାମକ ଜଣେ ଠିକାଦାରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ତେବେ ମାଓବାଦୀମାନଙ୍କ ଭିଆଇଥିବା ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe