କନକ ବ୍ୟୁରୋ: ଲାଲଗଡରେ ଲାଲ୍ ଆତଙ୍କ । ନିର୍ବାଚନ ଆଗରୁ ମାଲକାନଗିରିରେ ରକ୍ତମୁଖା ମାଓବାଦୀ । ରାସ୍ତାକାମକୁ ବିରୋଧ କରି ସୁପରଭାଇଜରଙ୍କୁ ହତ୍ୟା କଲେ, ଗାଡି ପୋଡିଦେଲେ ନକ୍ସଲ । ମାଥିଲା ଥାନା କୁକୁରକୁଣ୍ଡ ଗାଁରେ ରାସ୍ତାକାମରେ ନିୟୋଜିତ ଗୋଟିଏ ଜେସିବି ଓ ହାଇୱା ଗାଡିକୁ ପୋଡି ଦେଇଛନ୍ତି ଲାଲବାହିନୀ ।
ଗତକାଲି ଅପରାହ୍ନରେ ୧୫ରୁ ଅଧିକ ମାଓବାଦୀ କୁକୁରକୁଣ୍ଡା ଗାଁରେ ପହଂଚି ରାସ୍ତାକାମ କରୁଥିବା ଠିକା କମ୍ପାନୀର ଜଣେ ସୁପର ଭାଇଜର ଗୁପ୍ତଙ୍କୁ ନିସ୍ତୁକ ମାଡ ମାରିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଏଭଳି କାଣ୍ଡ ଘଟଇଥିବା ବେଳେ ନିର୍ବାଚନ ଆଗରୁ ମାଓବାଦୀଙ୍କ ଏଭଳି କାଣ୍ଡ ପୁଲିସ ମୁଣ୍ଡ ବିନ୍ଧା କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/MAO.jpg)
/kanak/media/post_attachments/wp-content/uploads/2019/03/vlcsnap-2019-03-12-09h17m19s638-300x225.png)