ମାଓବାଦୀଙ୍କ ଲଙ୍କାକାଣ୍ଡ : ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ସନ୍ଦେହ

ମାଓବାଦୀଙ୍କ ଲଙ୍କାକାଣ୍ଡ : ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ସନ୍ଦେହ

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା କରିଥିବା ସନ୍ଦେହ । ଘଟଣାସ୍ଥଳରେ ମାଓ ପୋଷ୍ଟର ଲଗିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଟିକରବାଜୁ ଗାଁର ନୀଳକଣ୍ଠ ମଲ୍ଲିକ ।

ଗତ ସପ୍ତାହରେ ସିନ୍ଧି ଜଙ୍ଗଲରେ ମାଓ କ୍ୟାମ୍ପର ସୂଚନା ପାଇ କନ୍ଧମାଳ ପୋଲିସ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ମାଓବାଦୀ ସୁରକ୍ଷା କର୍ମୀ ମୁହାମୁହିଁ ହୋଇଥିଲେ । ଦୀର୍ଘ ସମୟ ଗୁଳିବିନିମୟ ପରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିଲା ଓ ବହୁ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ । ସେହି ସ୍ଥାନରେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ତାହାର ବଦଲା ନେଇଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe