କନକ ବ୍ୟୁରୋ : ବର୍ବରତାର ସବୁ ସୀମା ଟପି ଗଲେ ମାଓବାଦୀ । ୪ ଗ୍ରାମବାସୀଙ୍କୁ ଫାସି ଖୁଂଟରେ ଝୁଲାଇ ଦେଲେ ଲାଲବାହିନୀ । ଏପରି ହୃଦୟ ବିଦାରକ ଚିତ୍ର ଆସିଛି ବିହାର ଗୟା ଜିଲ୍ଲାରୁ । ଡୁମରିୟା ଗାଁ ସର୍ଜ୍ୟୁ ସିଂ ଭୋକ୍ଟାଙ୍କ ଘରେ ଶନିବାର ରାତିରେ ମାଓବାଦୀ ପସିଥିଲେ । ଘରେ ସର୍ଜ୍ୟୁଙ୍କୁ ଖୋଜିଥିଲେ । ନପାଇବାରୁ ତାଙ୍କ ୨ ପୁଅ ଓ ବୋହୂଙ୍କୁ ଗୁହାଳ ଘର ବାଉଁସରେ ବେକରେ ଦୌଡି ଦେଇ ଝୁଲାଇ ଦେଇଥିଲେ ମାଓବାଦୀ ।
ଘର କାନ୍ଥରେ ମାରିବାର କାରଣ ଲେଖି ପୋଷ୍ଟର ମାରି ଯାଇଥିଲେ ମାଓବାଦୀ । ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସରେ ଏକ ଏନକାଉଂଟରରେ ୪ ମାଓବାଦୀ ପ୍ରାଣ ହରାଇଥିଲେ । ସର୍ଜ୍ୟୁ ପୁଲିସକୁ ଏହି ସୂଚନା ଦେଇଥିବା ଅଭିଯୋଗ କରିଛନ୍ତି ମାଓବାଦୀ । ତେଣୁ ୪ ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ୪ଜଣଙ୍କୁ ଫାଶୀ ଦଣ୍ଡ ଦିଆଗଲା ବୋଲି ପୋଷ୍ଟରରେ ଲେଖିଛନ୍ତି ଝାରଖଣ୍ଡ ସେଂଟ୍ରାଲ ଜୋନର ସିପିଆଇ ମାଓବାଦୀ ସଂଗଠନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/41-5.jpg)