କନକ ବ୍ୟୁରୋ : ମାଟି ତଳେ ମାଓବାଦୀଙ୍କ ଖାଦ୍ୟ । ପୂର୍ବରୁ ମାଓବାତୀ ମାନେ ମାଟିତଳେ ବୋମା, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଲୁଚାଇ ରଖୁଥିଲେ । ଯାହାକୁ ଅନେକ ସମୟରେ ଜବତ କରିଛି ପୋଲିସ । କିନ୍ତୁ ଏବେ ମାଟି ତଳୁ ୧୨୦ କେଜି ଚାଉଳ, ଡାଲି ୧୧ କେଜି, ୬ କିଲୋ ଚିନି, ସୋରିଷ ତେଲ ୧୬ ଲିଟର, ଚା ଗୁଣ୍ଡ ୨୮ ପ୍ୟାକେଟ୍, ହଳଦି ଗୁଣ୍ଡ ୧୫ ପ୍ୟାକେଟ, ସୋଲାର ପ୍ଲେଟ୍ ଆଦି ଜବତ ହୋଇଛି ।
ଛତିଶଗଡ ଧମତରି ଜିଲ୍ଲାର ଟାପରାପାଣି, ଏକାବରି ଏବଂ ମୁହଁକୋଟ ଜଂଗଲରୁ ଏପରି କିଛି ସାମଗ୍ରୀ ଜବତ ହୋଇଛି । ଗାଁ ଲୋକଙ୍କୁ ଡରାଇ ଏପରି କିଛି ଖାଦ୍ୟ ସାମଗ୍ରୀ ମାଓବାଦୀ ମାନେ ନିଜ ପାଖରେ ରଖିଥିବା ଜଣାପଡିଛି । ଛତିଶଗଡରେ ସିଆରପିଏଫ୍ ଓ ଜିଆରଜି ଯବାନ କୁମ୍ବିଂ ଅପରେସନ କରିବା ପରେ ଏହିସବୁ ଜବତ ହୋଇଛି । କୁମ୍ବିଂ ଅପରେସନ ପାଇଁ ମାଓବାଦୀ ମାନେ ବାହାରକୁ ଆସି ପାରୁନାହାନ୍ତି । ଆଉ ନିଜ ଖାଦ୍ୟ ସୁରକ୍ଷା ପାଇଁ ଧମକ ଚମକ ଦେଇ ଲୋକଙ୍କଠୁ ଖାଦ୍ୟ ସାମଗ୍ରୀ ଆଣି ମାଟିତଳେ ମହଜୁଦ ରଖୁଥିବା ଜଣାପଡିଛି । ମାଓବାଦୀଙ୍କ ଏପରି କୌଶଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ପୁଣିଥରେ ମାଓ ସଙ୍ଗଠନ ମୁଣ୍ଡ ଟେକିବା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପୋଲିସ ଓ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/10-26.jpg)