ବିସ୍ଫୋରଣ କରି ରେଳ ଲାଇନ ଉଡ଼ାଇଲେ ମାଓବାଦୀ : ଚକ୍ରଧରପୁର ଥାନା ଅନ୍ତର୍ଗତ ଲୋଟାପାହାଡ ଷ୍ଟେସନ ନିକଟରେ ରେଳ ଧାରଣା କ୍ଷତିଗ୍ରସ୍ତ

 ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ମରାମତି କାମ ଜାରି

153

କନକ ବ୍ୟୁରୋ : ରେଳ ଲାଇନ୍ ଉଡାଇଲେ ମାଓବାଦୀ । ଚକ୍ରଧରପୁର ଥାନା ଅନ୍ତର୍ଗତ ଲୋଟାପାହାଡ ଷ୍ଟେସନ ନିକଟରେ ବିସ୍ଫୋରଣ କରି ଏହି କାଣ୍ଡ ଘଟାଇଛନ୍ତି ମାଓବାଦୀ । ଲାଲବାହିନୀ ପକ୍ଷରୁ ଭାରତ ବନ୍ଦ ପାଳନ ଅବସରରେ ଏହି ବିସ୍ଫୋରଣ କରାଯାଇଛି । ବିସ୍ଫୋରଣ ଫଳରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଛି । ଫଳରେ ହାୱଡା- ମୁମ୍ବାଇ ରେଳପଥ ଦେଇ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଯୁଦ୍ଧକାଳିନ ଭିତିରେ ମରାମତି କାର୍ଯ୍ୟ ଜାରି ରହିଛି। ଓଡିଶା-ଝାଡଖଣ୍ଡ ସୀମାରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବାକୁ ଏଭଳି କରିଥିବା କୁହାଯାଉଛି ।

ଯାତ୍ରୀମାନଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡିଛି l ଗତ ଚାରି ଦିନ ତଳେ ସେହି ଲୋଟାପାହାଡ ରେଳ ଲାଇନ ପାର୍ଶ୍ବରେ ନକ୍ସଲ ବ୍ୟାନର ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା l ଆତଙ୍କିତ ହୋଇ ପଡିଥିଲେ ରେଳବାଇ କର୍ମଚାରୀ, ଆର୍‌ପିଏଫ୍‌ ଯବାନ। ରେଳଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା l