ନକ୍ସଲଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ : ଝାଡଖଣ୍ଡର ଚାଇବାସା-ଗୋଇଲକେରା ରାସ୍ତାରେ ଶକ୍ତିଶାଳୀ ଲ୍ୟାଣ୍ଡ ମାଇନ ନିଷ୍କ୍ରିୟ

Advertisment
ନକ୍ସଲଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ : ଝାଡଖଣ୍ଡର ଚାଇବାସା-ଗୋଇଲକେରା ରାସ୍ତାରେ ଶକ୍ତିଶାଳୀ ଲ୍ୟାଣ୍ଡ ମାଇନ ନିଷ୍କ୍ରିୟ

କନକ ବ୍ୟୁରୋ : ନକ୍ସଲଙ୍କ ବଡ଼ ଧରଣର ବିସ୍ପୋରଣ ଯୋଜନ ପଣ୍ଡ । ଏକ ବଡ଼ ଧରଣର ଶକ୍ତିଶାଳୀ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାର ଯବାନଙ୍କୁ ଟାର୍ଗେଟ କରି ଏହି ନବନିର୍ମିତ ସଡ଼କ ଉପରେ ବିସ୍ଫୋରକ ଖଂଜି ଥିଲେ ମାଓବାଦୀ ।

ପ୍ରତିଦିନ ଏହି ରାସ୍ତା ଦେଇ କୁମ୍ବିଂ କରୁଥିଲେ ୬୦ ବାଟାଲିୟନର ସିଆରପିଏଫ ଯବାନ । ହଠାତ ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ଚିହ୍ନଟ କରିଥିଲେ ୪୦ କିଲୋ ଓଜନର ଆଇଆଇଡି । ବହୁ ସର୍ତକତାର ସହ ଯବାନମାନେ ଏହାକୁ ନିଷ୍କ୍ରିୟ ମଧ୍ୟ କରିଛନ୍ତି । ନିଷ୍କ୍ରିୟ ବେଳେ ବିସ୍ପୋରଣର ପ୍ରଭାବ ଏତେ ଥିଲା ଯେକୌଣସି ଗାଡ଼ିକୁ ସମ୍ପୁର୍ଣ୍ଣ ଖଣ୍ଡ ଖଣ୍ଡ କରିପାରିଥାନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe