କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ନରସଂହାର ଘଟଣାର ୪ଦିନ ପରେ ମଙ୍ଗଳବାର ମାଓବାଦୀମାନେ ସ୍ପଷ୍ଟ କରିଛନ୍ତି ଯେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ କବଜାରେ ରହିଥିବା ଯବାନଙ୍କୁ ମୁକ୍ତ କରିବା ପାଇଁ ସରକାର ମଧ୍ୟସ୍ଥି ନିୟୋଜନ କରନ୍ତୁ ବୋଲି ମାଓବାଦୀମାନେ ଜଣାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଏବେ ଚାଲିଛି ସର୍ଚ୍ଚ ଅପରେସନ । ଲାଲବାହିନୀ ତାଙ୍କୁ ଅପହରଣ କରିନେଇଥିବା ଗଣମାଧ୍ୟମରୁ ଜାଣିଥିବା କହିଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ ।
କାରଣ ବିଜାପୁର ଜୋନାଗୁଡା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆର୍ପିଏଫ୍ ଯବାନ ରାକେଶୋର ସିଂ ମନହସଙ୍କ ପତା ମିଳୁନାହିଁ । ଛତିଶଗଡର ବିଜାପୁରରେ ମାଓବାଦୀମାନେ ରକ୍ତର ହୋଲି ଖେଳିବା ପରେ, ସାରା ଦେଶ ଦୋହଲି ଯାଇଛି । ଆଉ ଏକ ବଡ ସମସ୍ୟା ହେଉଛି, ଜଣେ ଯବାନ ସେମାନଙ୍କ କବଜାରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/3-9.jpg)