କନକ ବ୍ୟୁରୋ : କନ୍ଧମାଳ ଫିରିଙ୍ଗିଆ ଥାନା କିଆମୁଣ୍ଡା ଠାରେ ମାଓ ହମଲା । ରାସ୍ତା କାମରେ ନିୟୋଜିତ ଥିବା ୨ଟି ଜେସିବି ଗାଡ଼ି ପୋଡ଼ିବା ସହ ଘଟଣା ସ୍ଥଳରେ ମାଓ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ବର୍ଜନ କରିବା ସହ ପୋଲିସ ଓ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ।
ପୋଷ୍ଟରଟି ସିପିଆଇ ମାଓବାଦୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ଉଲ୍ଲେଖ ରହିଛି । ସୂଚନା ମୁତାବକ ତ୍ରିଶକ୍ତି ନାମକ ଏକ ଠିକା ସଂସ୍ଥା ନୂଆପଦର ଠାରୁ ପଟ୍ଟାଙ୍ଗି ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛି । କିଆମୁଣ୍ଡା ଠାରେ ୨ଟି ଜେସିବି ଗାଡ଼ି ଥିବା ବେଳେ ଏହାକୁ ପୋଡ଼ିଦେଇଛନ୍ତି ମାଓବାଦୀ ।
Follow Us
/kanak/media/post_attachments/wp-content/uploads/2022/02/WhatsApp-Image-2022-02-08-at-9.46.22-AM-1.jpeg)