କନକ ବ୍ୟୁରୋ: ବହୁଦିନର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାର ପୁଣି ବୈପାରୀଗୁଡ଼ାରେ ସକ୍ରିୟ ହେଲେଣି ମାଓବାଦୀ । ବୈପାରୀଗୁଡ଼ା କୁମ୍ଭୀଖାରୀ ବିଏସଏଫ କ୍ୟାମ୍ପର ଦେଢ଼କିଲୋମିଟର ଦୂର କୁମ୍ଭୀଖାର ଗାଁ ନିକଟରେ ଓଡ଼ିଆ ଓ ତେଲଗୁ ଭାଷାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ପୁରୁଣା ସାଥୀଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ । ତେଣୁ ସଂଗଠନରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି । ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ସଚିବ ଗଣେଶଙ୍କ ନାଁରେ ଦୁଇଟି ପୋଷ୍ଟର ଲଗାଯାଇଛି । ସେଥିରେ କ୍ୟାଡର ସଦସ୍ୟ ରମେଶ, ରାଜେଶ, ସପନ, ତୁଳସୀ ଏବଂ ସନ୍ତୁ ଏକ ମାସ ହେବ ସଂଗଠନ ଛାଡ଼ିଥିବା ସୂଚନା ଦିଆଯାଇଛି । ଆନ୍ଧ୍ରର ବଡ଼ରାଙ୍ଗବେଳ, ବାଙ୍କାପୁଟ ଓ କଣ୍ଡୁରୁମ ଜଙ୍ଗଲରେ ଏମାନେ ଆଶ୍ରୟ ନେଇଥିବା ଉଲ୍ଲେଖ ରହିଛି ।
ମାଓ ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ବିଏସଏଫ କ୍ୟାମ୍ପ ନିର୍ମାଣ ହେବା ପରେ ମାଓବାଦୀଙ୍କ ଗତିବିଧି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ନିର୍ବାଚନର ଠିକ୍ ଦୁଇମାସ ପୂର୍ବରୁ ମାଓବାଦୀଙ୍କ ଉପସ୍ଥିତି ଜାହିର କରିବା ଆଗକୁ ପୋଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/3-11.jpg)