ନୂଆପଡା : ନୂଆପଡାରେ ସ୍ଥିତି ଜାହିର କଲେ ମାଓବାଦୀ । ଜଣଙ୍କୁ ଘରୁ ଡାକି ଆଣି ହତ୍ୟା କଲେ ନକ୍ସଲ । ପୁଲିସ ଇନଫର୍ମର ସନେ୍ଦହରେ ଧୋବଘାଟର ଗଜପତି ମାଝୀଙ୍କୁ ପାଟପଦର ଜଙ୍ଗଲରେ ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ୧୭ ତାରିଖ ଦିନ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ । ଏନେଇ ନୂଆପଡା ଏସ୍ପି ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଗଜପତି ଜଣେ ଛାତ୍ର । ସେ ବୋଡେନ ରହି ଯୁକ୍ତ-୩ରେ ପାଠ ପଢୁଥିବା ବେଳେ ଗଲା ମାସେ ହେବ ଗାଁକୁ ଆସିଥିଲେ । ତେବେ ପୁଲିସ ଇନଫର୍ମର ସନେ୍ଦହର ମାଓବାଦୀ ମାନେ ତାଙ୍କୁ ଅପରହଣ କରିବା ପରେ ପ୍ରଜାକୋଟରେ ମୃତୁ୍ୟ ଦଣ୍ଡ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନକ୍ସଲମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗଜପତିଙ୍କ ଦେହରେ ୫ଟି ଗୁଳି ବାଜିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।
ମାଓବାଦୀଙ୍କ ବର୍ବରତା, ପୁଲିସ୍ ଇନଫର୍ମର ସନେ୍ଦହରେ ଘରୁ ଡାକି ଆଣି ଛାତ୍ରଙ୍କୁ ହତ୍ୟା
/kanak/media/post_attachments/wp-content/uploads/2016/04/Mao-4.png)