କନକ ବ୍ୟୁରୋ : ଛତିଶଗଡ଼ ନିର୍ବାଚନ ପୂର୍ବରୁ ମାଓ ହିଂସା । କାଙ୍କେର ଓ ନାରାୟଣପୁର ଜିଲ୍ଲାରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଯବାନ ଓ ଦୁଇ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି । କାଙ୍କେର ଜିଲ୍ଲା ଛେଟେବିଟିଆ ଥାନା ଙ୍ଗୋୱାହିଠାରେ ୩ଟି ବିସ୍ଫୋରଣ ହୋଇଥିଲା । ୪ଟି ପୁଲିଂ ଦଳକୁ ନେଇ ଯବାନ ଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ୍ ଯବାନ ଆହତ ହୋଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ନାରାୟଣପୁରରେ ଆଇଇଡି ବିସ୍ଫୋରଣ ହୋଇଛି । ଏଠାରେ ହୋଇଥିବା ବିସ୍ଫୋରଣରେ ୫୩ ବାଟାଲିଅନର ଆଇଟିବିପି ଯବାନ ଆହତ ହୋଇଛନ୍ତି । ସେହିପରି ସୋନପୁର ଅଂଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ବେଳେ ବିସ୍ଫୋରଣ ହୋଇଛି ।