ମାଓବାଦୀକୁ ଘାରିଛି କରୋନା ଭୟ! ଛତିଶଗଡ ବିଜାପୁରରେ ମାଓନେତ୍ରୀଙ୍କୁ ଦଳରୁ ବିଦା କଲା ସଙ୍ଗଠନ: ଜଙ୍ଗଲରୁ ଗିରଫ କଲେ ଯବାନ

219

କନକ ବ୍ୟୁରୋ: ମାଓବାଦୀଙ୍କୁ ଘାରିଛି କୋରୋନା ଭୟ । କରୋନା ସନ୍ଦେହ ଯୋଗୁ ଛତିଶଗଡ ବିଜାପୁର ଜିଲ୍ଲାରେ ଜଣେ ମାଓ ନେତ୍ରୀ ଙ୍କୁ ଦଳରୁ ବିଦା କରିଛି ମାଓ ସଙ୍ଗଠନ । ମାଓ ନେତ୍ରୀ ସୁମିତ୍ରା ଚେପା ୨୦୧୦ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇ ଛତିଶଗଡ ଦଣ୍ଢକାରଣ୍ୟ ମାଓ ସଙ୍ଗଠନରେ କାମ କରୁ ଥିଲେ । ତେବେ ଗତ କିଛି ଦିନ ଧରି ସୁମିତ୍ରା ଥଣ୍ଡା, କାଶ ଓ ଜ୍ୱର ରେ ପୀଡିତ ଥିଲେ ।

ଆଉ ମାଓ ନେତ୍ରୀ ସମୁତ୍ରାଙ୍କୁ କୋରୋନା ହୋଇ ଥିବା ସନ୍ଦେହ କରି ମାଓ ସଙ୍ଗଠନ ପକ୍ଷରୁ ତାଙ୍କୁ ଘରକୁ ପଠେଇ ଦିଆଯାଇଛି । ଘରକୁ ଫେରିବା ଲାଗି ମାଓ ନେତ୍ରୀ ସମିତ୍ରା ଚାପା ବିଜାପୁର ମୋଦକପାଲ ଜଙ୍ଗଲ ନିକଟରେ ଅପେକ୍ଷା କରୁ ଥିବା ସମୟରେ ଡିଆରଜି ତାଙ୍କୁ କାବୁ କରିଛନ୍ତିି । ସୁମିତ୍ରାଙ୍କ କୋରୋନା ନମୁନା ସଂଗ୍ରହ କରାଯାଇଥିବା ବେଳେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । କ୍ୱାରେଂଟିନ ସରିବା ପରେ ସୁମିତ୍ରାଙ୍କୁ ପଚରା ଉଚରା କରାଯାଇ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।