ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ଠିକାଦାରଙ୍କୁ ନିମର୍ମ ହତ୍ୟା ପରେ ପୋଡିଦେଲେ ବୋଲେରୋ

ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣକୁ ବିରୋଧ କରି ମାତିଲେ ମାଓବାଦୀ

93

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ହତ୍ୟା କରି ଠିକାଦାରଙ୍କ ବୋଲେରୋ ଗାଡି ଜାଳିଦେଲେ ମାଓବାଦୀ । ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣକୁ ବିରୋଧ କରି ଠିକାଦାର ସୁକୁମାର ମଣ୍ଡଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ।

ଏହାସହ ତାଙ୍କ ବୋଲେରୋ ଗାଡିକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଲାଲବାହିନୀ । ଗୋଲିଆଗୁଡା ଠାରୁ ଜନ୍ଦ୍ରାଗୁଡା ପିଏମଜିଏସୱାଇରାସ୍ତା ନିର୍ମାଣ କାମକୁ ମାଓବାଦୀ ମାନେ ବିରୋଧ କରି ଆସୁଥିଲେ ।