ରଘୁବାରିରେ ମାଓ ପୋଷ୍ଟର୍ : ପୁଲିସ୍ ଇନଫର୍ମରଙ୍କୁ ମୃତ୍ୟୁଦଣ୍ଡ ଚେତବାନୀ !

Advertisment
ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ୨ ମାଓବାଦୀ ଗିରଫ: ୫ ଲକ୍ଷ ୨୦ ହଜାର ଟଙ୍କା ଜବତ

କନକ ବ୍ୟୁରୋ : ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ରଘୁବାରିରେ ମାଓବାଦୀ ପୁଣି ସ୍ଥିତି ଜାହିର୍ କରିଛନ୍ତି। ଘାଟି ରାସ୍ତା ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ସରକାରଙ୍କ ବିକାଶମୂଳକ କାମକୁ ବିରୋଧ କରିବା ସହ ପୁଲିସ ଇନର୍ଫମରଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ ଦେଇଛନ୍ତି। ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରଗୁଡ଼ିକୁ ଅମ୍ବାଦଳା ପୁଲିସ ଜବତ କରିଛି।

ପୋଷ୍ଟରରେ ସରକାର ବିକାଶ ନାଁରେ ରାସ୍ତାଘାଟ ନିର୍ମାଣ କରି ଖଣିଜ ସଂପଦ ଲୁଟ୍ କରିବାକୁ ଚକ୍ରାନ୍ତ କରୁଥିବା ମାଓ ସଂଗଠନ ଅଭିଯୋଗ କରିଛି। ସେହିପରି ବେଆଇନ ମଦ ବିକ୍ରକୁ ବିରୋଧ ସହ ରଘୁବାରି ପଞ୍ଚାୟତର ଡିମିରିଗୁଡ଼ା ଓ ଝିରିପାଣି ଗ୍ରାମର କିଛି ବ୍ୟକ୍ତିଙ୍କୁ ପୁଲିସ ମୋବାଇଲ୍ ଦେଇ ପୁଲିସ ଇନର୍ଫମର ସଜାଇଥିବା ଉଲ୍ଲେଖ କରିଛି। ପୁଲିସ ପାଇଁ କାମ କରୁଥିବା ବ୍ୟକ୍ତିମାନେ ତୁରନ୍ତ ଇନଫର୍ମର କାମରୁ ନିବୃତ୍ତ ନ ହେଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି।

ଦୁଇ ମାସ ତଳେ ମାଓବାଦୀ ସର୍ଦ୍ଧାପୁର ପଞ୍ଚାୟତର ଆଭ୍ୟନ୍ତରୀଣ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ରାସ୍ତା କାମକୁ ବିରୋଧ କରି ୨ଟି ପ୍ରୋକଲିନ୍ ସହ ଗୋଟିଏ ବୁଲଡୋଜରକୁ ପୋଡ଼ି ଦେଇଥିଲେ। ରାସ୍ତା ନିର୍ମାଣ ବନ୍ଦ ହେବାପରେ ମାଓବାଦୀ ଏହି ଅଞ୍ଚଳରେ ନିଜ ଆଡ଼ା ଜମାଇଛନ୍ତି। ଗତ କିଛି ମାସ ଧରି କ୍ରମାଗତ ଭାବେ ମାଓବାଦୀ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗତକାଲି ରଘୁବାରିର ୫ଟି ସ୍ଥାନରେ ମାଓ ପୋଷ୍ଟର ଲାଗିବା ପରେ ପୁଲିସ ଓ ସିଆରପିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe