ନେତାଙ୍କୁ ମାଓବାଦୀଙ୍କ ଚେତାବନୀ ! ମନ୍ତ୍ରୀଙ୍କର ମୁଣ୍ଡ କାଟ କରିବାକୁ ପୋଷ୍ଟରରେ ଧମକ । 

ନେତାଙ୍କୁ ମାଓବାଦୀଙ୍କ ଚେତାବନୀ ! ମନ୍ତ୍ରୀଙ୍କର ମୁଣ୍ଡ କାଟ କରିବାକୁ ପୋଷ୍ଟରରେ ଧମକ । 

anti-imperialism.org

ମାଓବାଦୀଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାରୁ ଚାରି ଜଣ ଲୋକ ଗିରଫ ହେବାର ଠିକ୍ ୨୪ ଘଣ୍ଟା ପରେ ଗୁରୁବାର ସକାଳେ ମୁରକତା ବଣରେ କେତେଗୁଡ଼ିଏ ନକ୍ସଲ୍ ପୋଷ୍ଟର୍ ଦେଖା ଯାଇଛି। ଗୁର୍ଗୁରିପାଲ ଥାନା ଅନ୍ତର୍ଗତ ମୁରକତା ଜଙ୍ଗଲ ପାଖ ରାସ୍ତାରେ ପୋଷ୍ଟର୍ ଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା।
publive-image
ପୋଷ୍ଟରରେ ଲେଖା ଅଛି, ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଶାଳବଣି ବିଧାୟକ ଶ୍ରୀକାନ୍ତ ମହତୋଙ୍କୁ ସତର୍କବାଣୀ। ତାଙ୍କ ମୁଣ୍ଡକାଟ କରି କଟାମୁଣ୍ଡ ସବୁ ଆମ ପାଖକୁ ଆଣ। କିଲୋ ପିଛା ୨ଟଙ୍କାରେ ଚାଉଳ ଦେଇ ସରକାର ଜଙ୍ଗଲମହଲ ଲୋକଙ୍କୁ ବୁଦ୍ଦୁ ବନାଉଛି। ନକ୍ସଲମାନଙ୍କ ଧମକ ପୋଷ୍ଟର୍ ତଳକୁ ‘କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ)’ ବୋଲି ଲେଖା ରହିଛି। ଏଇ ପୋଷ୍ଟର୍ ସହ ମାଓବାଦୀଙ୍କର କିଛି ସମ୍ପର୍କ ରହିଛି ନା, ଏହା କାହାର ଏକ ଚାଲ୍ ତାହା ଜାଣିବାକୁ ପଶ୍ଚିମବଙ୍ଗ ପୁଲିସ ଉଦ୍ୟମ କରୁଛି।
ଉଲ୍ଲେଖ ଯୋଗ୍ୟ କି, ଗୋଆଲତୋର ଥାନା ତରଫୁର ମଙ୍ଗଳବାର ଦିନ କାଞ୍ଜିମାକଲି ନିକଟ ଏକ ଫୁଟବଲ ପଡ଼ିଆରୁ ସବ୍ୟସାଚୀ ଗୋସ୍ୱାମୀ, ସଞ୍ଜୀବ ମଜୁମଦାର, ଅର୍କଦୀପ ଗୋସ୍ୱାମୀ ଏବଂ ଟିପୁ ସୁଲତାନ୍ ନାମକ ୪ ଜଣଙ୍କୁ ଗିରଫ କରାଯିବା ପରେ ଏ ଘଟଣା ଘଟିଛି। ସେମାନେ କୌଣସି ଏକ ଗୋପନୀୟ ବୈଠକରେ ଯୋଗ ଦେବାକୁ ପ୍ରସ୍ତୁତି କରୁଥିଲେ। ସେମାନଙ୍କ ଠାରୁ ପ୍ରାୟ ୪୩ଟି ପୋଷ୍ଟର୍ ମିଳିଥିଲା। ସେଥିରେ ଆକାଶ ଓରଫ୍ ଅସୀମ ମଣ୍ଡଳଙ୍କ ସ୍ୱାକ୍ଷର ଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe