କନକ ବ୍ୟୁରୋ : ଆଜିଠାରୁ ମାଓବଦୀ ପାଳନ କରୁଛନ୍ତି ପିଏଲଜିଏ ସପ୍ତାହ । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟାବସ୍ଥାକୁ କଡାକଡି କରାଯାଇଛି । ସ୍ୱାଭିମାନ ଅଂଚଳରେ ନିର୍ମାଣ କାମକୁ ବନ୍ଦ କରାଯାଇଛି । କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ପ୍ରତ୍ୟେକ ବର୍ଷ ଡିସେମ୍ବର ୨ରୁ ୮ ତାରିଖ ଯାଏଁ ମାଓବାଦୀମାନେ ଏହି ପିଏଲଜିଏ ସପ୍ତାହ ପାଳନ କରିଥାନ୍ତି । ପ୍ରତ୍ୟେକ ଅଂଚଳରେ ଏଥିପାଇଁ ପୁଲିସ ସତର୍କ ରହିଛି ।

Advertisment