କନକ ବ୍ୟୁରୋ: ବିଫଳ ହେଲା ରକ୍ତମୁଖା ମାଓବାଦୀଙ୍କ ବଡ ଷଡଯନ୍ତ୍ର । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମରଣ ଯନ୍ତାରୁ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲା ପୋଲମପାଲି ଥାନା ଅନ୍ତର୍ଗତ ପଲମଡାଗୁ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ କଂଟା ଜାଲ ବିଛାଇ ଦେଇଥିଲେ । ମାଟି ଖୋଳି ଲୁହା କଂଟା ପୋତି ସୁଖିଲା ପତ୍ର ଘୋଡେଇ ରଖିଥିଲେ । ଜଙ୍ଗଲ ଭିତରୁ ଲୁହା କଂଟା ପୋତା ସ୍ପାଇକ୍ ହୋଲ ଠାବ କରିଛନ୍ତି ସିଆରପିଏଫ ଯବାନ । ଗୋଟିଏ କି ଦୁଇଟି ନୁହେଁ ୩୯ଟି ସ୍ପାଇକ୍ ହୋଲ ଜରିଆରେ ମୃତ୍ୟୁର ଜାଲ ବିଛାଇଥିଲେ ମାଓବାଦୀ । ସ୍ପାଇକ୍ ହୋଲ ଠାବ କରି ସେଥିରୁ ପ୍ରାୟ ୭ଶହ ଲୁହା କଂଟା ଜବତ କରିଛନ୍ତି ସିଆରପିଏଫ ଯବାନ ।
ମାଓବାଦୀଙ୍କ ବଡ ଷଡଯନ୍ତ୍ର ବିଫଳ । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମାଓବାଦୀଙ୍କ ମରଣ ଯନ୍ତାରୁ ବର୍ତ୍ତିଲେ ଯବାନ ।
/kanak/media/post_attachments/wp-content/uploads/2021/02/39-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)